BJD Bijuli 480×75 Mob

ସରୋଜ ଖାନ୍‍ଙ୍କ ବାୟୋପିକ୍‍ ନିର୍ମାଣ କରିବେ ଏହି ନିର୍ଦ୍ଦେଶକ

BJD Bijuli 480×75 Mob

ମୁମ୍ବଇ: ପ୍ରିସଦ୍ଧ କୋରିଓଗ୍ରାଫର ସ୍ୱର୍ଗତଃ ସରୋଜ ଖାନ୍‍ଙ୍କ ପ୍ରେରଣାଦାୟକ ଜୀବନ କାହାଣୀକୁ ଲୋକଙ୍କ ନିକଟରେ ପହଞ୍ଚାଇବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୌଜା। ସେ ସରୋଜ ଖାନ୍‍ଙ୍କ ବାୟୋପିକ୍‍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓ ଏନେଇ କଥାବାର୍ତ୍ତା ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ତାଙ୍କ ବାୟୋପିକ୍‍ ନିର୍ମାଣ କରିବାକୁ ସରୋଜ ରେମୋଙ୍କୁ ବହୁତ ଆଗରୁ ଅନୁମତି ଦେଇସାରିଛନ୍ତି ବୋଲି ରେମୋ କହିଛନ୍ତି।

ଏକ ସାକ୍ଷାତକାରରେ ରେମୋ କହିଛନ୍ତି ଯେ, କଳଙ୍କ ଫିଲ୍ମର ଶୁଟିଂ ସମୟରେ ସେ ସରୋଜଙ୍କ ସହ ଏ ବାବଦରେ କଥା ହୋଇଥିଲେ। ସରୋଜ ମଧ୍ୟ ରେମୋଙ୍କୁ ତାଙ୍କ ବାୟୋପିକ୍‍ କରିବାକୁ ଅନୁମତି ଦେଇଥିଲେ। ଏହ ବ୍ୟତୀତ ରେମୋ କହିଛନ୍ତି ଯେ, ଆହୁରି କିଛି ନିର୍ମାତା-ନିର୍ଦ୍ଦେଶକ ତାଙ୍କ ବାୟୋପିକ୍‍ ନିର୍ମାଣ କରିବାକୁ ଚାହୁଁଥିଲେ କିନ୍ତୁ ସରୋଜ ଜୀ ଚାହୁଁଥିଲେ ଯେ ତାଙ୍କ ବାୟୋପିକ୍‍ କେବଳ ରେମୋ ହିଁ ନିର୍ମାଣ କରନ୍ତୁ। କାରଣ ସେ ହି ତାଙ୍କୁ ଭଲଭାବେ ଜାଣିଛନ୍ତି। ତେବେ ଦେଶର ସ୍ଥିତି ସୁଧୁରିବା ପରେ ଏହି ପ୍ରୋଜେକ୍ଟ କାମ ଆରମ୍ଭ କରିବେ ବୋଲି କହିଛନ୍ତି ରେମୋ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ସରୋଜ ଖାନ୍‌ଙ୍କ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା ଗମ୍ଭୀର ରୋଗରେ ପୀଡ଼ିତ ଥିଲେ।

Comments are closed.