www.samajalive.in
Monday, December 15, 2025
14.1 C
Bhubaneswar

ସମୀକ୍ଷା ହେବ ରାଜପଥଗୁଡ଼ିକର କାର୍ଯ୍ୟ ଦକ୍ଷତା ଓ ସୁରକ୍ଷା ବ୍ୟବସ୍ଥା

ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଏନ୍‍ଏଚ୍‍ଏଆଇ ଦେଶର ରାଜପଥଗୁଡ଼ିକର ସ୍ଥିତିର ସମୀକ୍ଷା କରି ସେଗୁଡ଼ିକର ଶ୍ରେଣୀ ବିଭାଗ କରିବାକୁ ନିଷ୍ପତ୍ତି ନେଇଛି। ଜାତୀୟ ରାଜପଥ ଗୁଡ଼ିକର ସମୀକ୍ଷା କରି ସେଗୁଡ଼ିକର ଶ୍ରେଣୀ ବିଭାଗ କରାଯିବା ଦ୍ୱାରା ଆବଶ୍ୟକ ସ୍ଥଳେ ସେଗୁଡ଼ିକରେ ସୁଧାର ଅଣାଯାଇପାରିବ ଓ ଏହାଦ୍ୱାରା ରାଜପଥ ଗୁଡ଼ିକରେ ଚଳାଚଳ କରୁଥିବା ଯାନବାହନ ଗୁଡ଼ିକ ପାଇଁ ଅସୁବିଧା ଦୂର ହେବ। ଏହି ସମୀକ୍ଷା ଆନ୍ତର୍ଜାତିକ ସ୍ତରରେ ବ୍ୟବହାର ହେଉଥିବା ବିଭିନ୍ନ ବ୍ୟବସ୍ଥା ଉପରେ ଭିତ୍ତି କରି କରାଯିବ ଓ ଭାରତ ପାଇଁ ସେଗୁଡ଼ିକ କେତେଦୂର ପ୍ରଜୁଯ୍ୟ ତାହା ମଧ୍ୟ ଦେଖିବାକୁ ପଡ଼ିବ।

ସମୀକ୍ଷାକୁ ମୁଖ୍ୟତଃ ତିନୋଟି ମାପକକୁ ଭିତ୍ତି କରି କରାଯିବ। ସେଗୁଡ଼ିକ ହେଉଛି ରାଜପଥଗୁଡ଼ିକର କାର୍ଯ୍ୟ ଦକ୍ଷତା, ରାଜପଥଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଓ ରାଜପଥଗୁଡ଼ିକରେ ଉପଲବ୍ଧ ସୁବିଧା। ଏହି ସମୀକ୍ଷାର ଫଳାଫଳ ଅନୁସାରେ ଏନ୍‍ଏଚ୍‍ଏଆଇ ଏକ ବ୍ୟାପକ ବିଶ୍ଳେଷଣ କରି ମୋଟାମୋଟି ସେବାରେ ଉନ୍ନତି ଆଣିବା ପାଇଁ ସୁଧାର ମୂଳକ ପଦକ୍ଷେପ ଗ୍ରହଣ କରିବ।

- Advertisement -

ସମୀକ୍ଷା ସମୟରେ ଯାନବାହନଗୁଡ଼ିକର ଗତି, ଟୋଲପ୍ଲାଜାଗୁଡ଼ିକରେ ଲାଗୁଥିବା ସମୟ, ରାଜପଥଗୁଡ଼ିକରେ ଲଗାଯାଇଥିବା ସଂକେତ, ସଡ଼କଗୁଡ଼ିକରେ ଦିଆଯାଇଥିବା ଚିହ୍ନ ଓ ରାଜପଥଗୁଡ଼ିକର ଦୁର୍ଘଟଣା ହାର ଆଦିକୁ ବିବେଚନା କରାଯିବ। ପ୍ରତ୍ୟେକ କରିଡ଼ରକୁ ଯେତିକି ଅଙ୍କ ମିଳିବ ତାହା ଅନୁସାରେ ସେଗୁଡ଼ିକରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯିବା ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories