www.samajalive.in
Tuesday, December 9, 2025
26.1 C
Bhubaneswar

ଦିନଯାକ ସତେଜ ରଖିଥାଏ ଏହି ପାନୀୟ

ସକାଳ ସମୟ ଅର୍ଥାତ ଜଳଖିଆରେ ଆମେ ଯାହା ମଧ୍ୟ ଖାଦ୍ୟ ଗ୍ରହଣ କରୁ, ତାହା ଶରୀର ପାଇଁ ଖୁବ ହିତକାରକ ହୋଇଥାଏ। ତେଣୁ ସର୍ବଦା ଚେଷ୍ଟା କରିବା ଉଚିତ ସକାଳ ସମୟରେ ପୃଷ୍ଟିଯୁକ୍ତ ଆହର ଗ୍ରହଣ କରିବା ଉଚିତ। ଜାଣନ୍ତୁ ସେଭଳି କିଛି ପାନୀୟ ବିଷୟରେ ଯାହା ଆପଣଙ୍କୁ ଦିନଯାକ ସତେଜ ଓ ଶକ୍ତି ପ୍ରଦାନ କରିବାରେ ବେଶ ସହାୟକ ହୋଇଥାଏ……….
ପଇଡ଼ ପାଣି – ପଇଡ଼ ପାଣିରେ ମିନେରାଲ୍ସ , ଭିଟାମିନ, କ୍ୟାଲସିୟମ ଆଦି ପ୍ରଚୁର ମାତ୍ରାରେ ରହିଛି। ଯାହା ଶରୀରକୁ ଫୂର୍ତି ରଖିବା ସହ ଶକ୍ତି ଯୋଗାଇଥାଏ।
ଲେମ୍ବୁ ପାଣି – ଲେମ୍ବୁ ପାଣିରେ ମହୁ ମିଶାଇ ପିଇବା ବହୁ ଲୋଙ୍କୁ ପସନ୍ଦ। ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।ଉଷୁମ ପାଣିରେ ଅଳ୍ପ ଲେମ୍ବୁ ରସ, ଅଳ୍ପ ମହୁ ମିଶାଇ ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଏହାସହ ପ୍ରଚୁର ପରିମାଣରେ ଭିଟାମିନ ସି ମିଳିଥାଏ।
ଗ୍ରୀନ ଟି – ଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏଥିରେ ଥିବା ପୋଷକ ତତ୍ୱ ସ୍ୱାସ୍ଥ୍ୟ ପାଇଁ ଓ ହୃଦୟକୁ ସୁସ୍ଥ ରଖିବା ପାଇଁ ବେଶ ଲାଭଦାୟକ।
ଲେମ୍ବୁ ଚା’-
ଲେମ୍ବୁ ଚା’କୁ ସତେଜ ପାନୀୟ ବୋଲି କୁହାଯାଏ। ତେଣୁ ଏହାକୁ ପିଇବା ଦ୍ୱାରା ଖୁବ ସତେଜ ଅନୁଭବ ହୋଇଥାଏ। ଏହାକୁ ପିଇବା ଦ୍ୱାରା ଶରୀରରୁ ଅଦରକାରୀ ପଦାର୍ଥ ମଧ୍ୟ ନିର୍ଗତ ହୋଇଥାଏ।
କଦଳୀ ଓ ଅଦା ଜୁସ –
କଦଳୀ ଓ ଅଦା ଜୁସ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଅଦା ପାଚନ ତନ୍ତ୍ରକୁ ସୁସ୍ଥ ଓ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ ରଖିଥାଏ। କଦଳୀରେ ଥିବା ଫାଇବର ଓ ଭିଟାମିନ ଶରୀରକୁ ଶକ୍ତି ଯୋଗାଇଥାଏ।
ଟମାଟୋ ଜୁସ –
ଟମାଟୋ ଜୁସ ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରୀ। ଏଥିରେ ବହୁ ପୋଷକ ତତ୍ୱ ରହିଛି। ଏହା କୋଲେଷ୍ଟ୍ରୋଲ କମ କରିବାରେ ସହାୟକ ହୋଇଥାଏ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories