www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରା ଉପରେ କଟକଣା

ଭୁବନେଶ୍ବର : ମହାମାରୀ କରୋନା ପାଇଁ ଏଥର ବନ୍ଦ ରହିବ ବୋଲବମ୍‌ ଯାତ୍ରା। କରୋନା ସଂକ୍ରମଣକୁ ରୋକିବା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରା ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପିତ୍ତି ନେଇଛନ୍ତି। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ରାଜ୍ୟରେ ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ କାର୍ଯ୍ୟ ଏବଂ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ ରହିଛି। ଏହାରି ମଧ୍ୟରେ ଆସନ୍ତା ସୋମବାର ଠାରୁ ଶ୍ରାବଣ ମାସ ଆରମ୍ଭ ହେଉଛି। ଶ୍ରାବଣ ମାସରେ ଲୋକମାନେ ଶନିବାର , ରବିବାର, ସୋମବାର ବିଭିନ୍ନ ନଦୀରୁ ଜଳ ଉଠାଇ ବିଭିନ୍ନ ଶିବ ମନ୍ଦିରରେ ଜଳ ଲାଗି କରିଥାନ୍ତି। ରାଜ୍ୟର ହଜାର ହଜାର କାଉଡିଆ ବିଭିନ୍ନ ସ୍ଥାନରୁ ଜଳ ନେଇ ଖାଲି ପାଦରେ ମାଇଲ୍ ମାଇଲ୍ ଚାଲି ଶିବ ମନ୍ଦିରରେ ପାଣି ଢାଳନ୍ତି । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା କାରଣରୁ ରାଜ୍ୟ ସରକାର ଏହି ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି।

- Advertisement -

ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ଏହି ବୋଲବମ୍ ଯାତ୍ରା ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । କରୋନା ସଂକ୍ରମଣ ଲାଗି କୌଣସି ଶୈବପୀଠରେ ଜଳଲାଗି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।, ବୋଲବମ୍‌ ଭକ୍ତଙ୍କ ଜଳ ସଂଗ୍ରହ, ପଥ ଭ୍ରମଣ ଓ ଜଳଲାଗି ଉପରେ କଟକଣା ଲଗାଇଯାଇଛି । ଶ୍ରାବଣ ମାସରେ ଶୈବପୀଠରେ ଭକ୍ତଙ୍କ ଭିଡ ଆଶଙ୍କା ଦୃଷ୍ଟିରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏଥି ସହିତ ରାଜ୍ୟ ସରକାର ସମସ୍ତ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି କି ସମସ୍ତ ଜନସାଧାରଣ ସରକାରଙ୍କ ଏହି ନିର୍ଦେଶକୁ ମାନିବେ ଏବଂ କରୋନା ସଂକ୍ରମଣରୁ ମୁକ୍ତ ରହିବେ । ଏଥି ସହିତ ଏହି ନିର୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲା ପ୍ରଶାସନକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories