‘ପପ୍ପୁ କା ଘୋଷଲା ଔର ପରିବାରକା ଚୌଁଚଲା’: କଂଗ୍ରେସକୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବ୍ବାସ ନକଭୀ
କରୋନା କାଳରେ ତିବ୍ଦତରେ ଭାରତ-ଚୀନ୍ ମୁହାମୁହିଁ ହେବା ସ୍ଥିତିରେ ଦେଶରେ ରାଜନୀତିର ତାତି ଥମୁନାହିଁ । କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ ସରକାରକୁ ଘେରିବାର କୌଣସି ସୁଯୋଗକୁ କଂଗ୍ରେସ ହାତଛଡ଼ା କରୁନାହିଁ । ରାହୁଳ-ପ୍ରିୟଙ୍କା-ସୋନିଆ ନିରବଚ୍ଛିନ୍ନ ଭାବରେ ବିଜେପି ଉପରେ ଆକ୍ରମଣ କରୁଛନ୍ତି । ତାଙ୍କୁ ସହଯୋଗ କରୁଛନ୍ତି ରଣଦୀପ ସୁଜଜେୱାଲା, କପିଲ ସିବ୍ବଲ, ଚିଦାମ୍ବରମ ଓ ଦିଗବିଜୟ ସିଂହଙ୍କ ପରି ବରିଷ୍ଠ ନେତା । ହେଲେ କଂଗ୍ରେସର ଶବ୍ଦବାଣକୁ ବିଜେପି ବି ଅନୁରୂପ ଆକ୍ରମଣ କରି ଜବାବ ଦେଉଛି । ଶୁକ୍ରବାର ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି ଅତ୍ୟନ୍ତ କଟୁ ଭାଷାରେ କଂଗ୍ରେସକୁ ସମାଲୋଚନା କରିଛନ୍ତି । କଂଗ୍ରେସ ‘ପପ୍ପୁ କା ଘୋଷଲା ଔର ପରିବାରର ଚୌଁଚଲା’ରେ ପରିଣତ ହୋଇଛି ବୋଲି ନକଭି କହିଛନ୍ତି ।
ସେ କହିଛନ୍ତି ଯେତେବେଳେ ଦେଶର ସୁରକ୍ଷା କର୍ମୀ ଶତ୍ରୁକୁ ମୁହଁତୋଡ଼୍ ଜବାବ ଦେଉଛନ୍ତି ସେତେବେଳ ଆପଣମାନେ (କଂଗ୍ରେସ) ଶତ୍ରୁଙ୍କୁ ଅମ୍ଲଜାନ ଦେବା ପରି ହରକତ କରୁଛନ୍ତି । ଏଥିପାଇଁ କଂଗ୍ରେସ ଦଳ ତଳକୁ ତଳ ଯାଉଛି । ଆଜି ଦିନରେ କଂଗ୍ରେସ ‘ପପ୍ପୁ କା ଘୋଁସଲା, ପରିବାର କା ଚୋଁଚଲା’ ରେ ପରିଣତ ହୋଇଛି ।
जब देश का सुरक्षा बल दुश्मनों को मुंहतोड़ जवाब दे रहा हो।उस वक्त आप दुश्मनों को ऑक्सीजन देने वाली हरकरतें कर रहे हैं। इसी वजह से कांग्रेस पार्टी सिमटती जा रही है।आज की तारीख में कांग्रेस पार्टी “पप्पू का घोंसला और परिवार का चोंचला”बनकर रह गई है:केंद्रीय मंत्री मुख्तार अब्बास नकवी pic.twitter.com/r9xNqTwqbV
— ANI_HindiNews (@AHindinews) July 4, 2020
ଭାରତ ସୀମାରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଚୀନ ସହ ଭାରତ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି । ଏହାକୁ ନେଇ କଂଗ୍ରେସ ନିୟମିତ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛି । ଆଜି ମଧ୍ୟ ରାହୁଳ ଗାନ୍ଧୀ ଟ୍ବିଟ୍ କରି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ରାହୁଳ କହିଛନ୍ତି ଯେତେବେଳେ ଲାଦାଖବାସୀ ଚୀନ ଅନୁପ୍ରବେଶ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି, ସେତେବେଳେ ତାଙ୍କୁ ଉପେକ୍ଷା କରାଗଲେ ଭାରତକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ । ଦୟାକରି ଦେଶ ପାଇଁ ତାହାକୁ ଶୁଣନ୍ତୁ ବୋଲି ରାହୁଳ କହିଛନ୍ତି । ରାହୁଳ ଏକ ସମ୍ବାଦପତ୍ରରେ ପ୍ରକାଶିତ ଖବର ଆଧାରରେ ଏହା କହିଛନ୍ତି । ଯେଉଁଥିରେ କି ଚୀନ ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶ କରିଥିବା ଲାଦାଖବାସୀ କହିଥିବା ଉଲ୍ଲେଖ ଅଛି ।
Patriotic Ladakhis are raising their voice against Chinese intrusion. They are screaming a warning.
Ignoring their warning will cost India dearly.
For India’s sake, please listen to them. pic.twitter.com/kjxQ9QNpd2
— Rahul Gandhi (@RahulGandhi) July 4, 2020
ଏହାପୂର୍ବରୁ ରାହୁଳ ଏକ ଭିଡ଼ିଓରେ କହିଥିଲେ – ଲାଦାଖୀ କହୁଛନ୍ତି ଯେ ଚୀନ ଆମ ଦେଶର ଜମିରେ କବଜା କରିଛି । ପ୍ରଧାନମନ୍ତ୍ରୀ କହୁଛନ୍ତି କେହି ଆମର ଜମି ଛଡ଼ାଇ ନେଇ ନାହାନ୍ତି । ସଫା କଥା ହେଉଛି କେହି ଜଣେ ତ ମିଛ କହୁଛନ୍ତି ।
Comments are closed.