ରାଜ୍ୟରେ ଆଜି ସର୍ବାଧିକ ୫ ଜଣଙ୍କ ଜୀବନ ନେଲା କରୋନା, ୩୪ରେ ପହଞ୍ଚିଲା ମୋଟ୍ ମୃତ୍ୟୁ ସଂଖ୍ୟା
ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଶନିବାର ମୃତ୍ୟୁ ବରଣ କରିଥିବା ୫ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
ଶନିବାର ମୃତ୍ୟୁବରଣ କରିଥିବା ୫ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୩ ଜଣ ଏବଂ ଖୋର୍ଦ୍ଧା ଜିଲାରୁ ୨ ଜଣ ରହିଛନ୍ତି। ଗଞ୍ଜାମ ଜିଲାରୁ ମୃତ୍ୟୁ ବରଣ କରିଥିବା ୫୦ ବର୍ଷ ବୟସ୍କ ପୁରୁଷ ଜଣଙ୍କ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ସେହିପରି ଜିଲାରୁ ମୃତ୍ୟୁ କରିଥିବା ଅନ୍ୟ ଦୁଇ ମୃତକ ୨୭ ବର୍ଷ ଏବଂ ୩୫ ବର୍ଷ ବୟସ୍କ ପୁରୁଷ ବୋଲି ଜଣାପଡିଛି। ଖୋର୍ଦ୍ଧା ଜିଲାରୁ ମୃତ୍ୟୁ ବରଣ କରିଥିବା ଦୁଇ ମୃତକ ଭୁବନେଶ୍ବରର ବୋଲି ଜଣାପଡିଛି । ଭୁବନେଶ୍ବରର ୫୧ ବର୍ଷ ବୟସ୍କ ପୁରୁଷ ଜଣଙ୍କ ପ୍ଲୁରାଲ୍ ଯକ୍ଷ୍ମା ରୋଗରେ ପୀଡିତ ଥିଲେ । ସେହିଭଳି ୬୪ ବର୍ଷ ବୟସ୍କ ଅନ୍ୟ ଜଣେ ପୁରୁଷ ମଧୁମେହ ରୋଗରେ ପୀଡିତ ଥିଲେ ।
Regret to inform that 5 Covid positive patients passed away while under treatment in hospital.
1. Male aged 51 years of Bhubaneswar, also suffering from Pleural Tuberculosis.
2. Male aged 64 years of Bhubaneswar, also suffering from Diabetes.
(1/2)— H & FW Dept Odisha (@HFWOdisha) July 4, 2020
ଶନିବାର ଗଞ୍ଜାମରେ ୩ ଆକ୍ରାନ୍ତ ମୃତ୍ୟୁ ବରଣ କରିବା ଫଳରେ ଗଞ୍ଜାମ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ବେଳେ ଖୋର୍ଦ୍ଧା ଜିଲାରେ ୭କୁ ବୃଦ୍ଧି ପାଇଛି । କଟକ ଜିଲାରେ ୪, ପୁରୀ ଜିଲାରୁ ଜଣେ, ବରଗଡ ଜିଲାରୁ ଜଣେ, ଅନୁଗୋଳ ଜିଲାରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି ।
3. Male aged 50 years of Ganjam, also suffering from Diabetes and Hypertension.
4. Male aged 27 years of Ganjam.
5. Male aged 35 years of Ganjam.
(2/2)— H & FW Dept Odisha (@HFWOdisha) July 4, 2020
ସୂଚନାଯୋଗ୍ୟ ରାଜ୍ୟରେ ଆଜି ୪୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ ପହଞ୍ଚିଛି । ଏଥିମଧ୍ୟରୁ ୨୮୫୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୭୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୩୪ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।
Comments are closed.