www.samajalive.in
Sunday, December 7, 2025
26.1 C
Bhubaneswar

ଭାରତରେ ୧୮ ହଜାର ଟପିଲା କରୋନା ମୃତ୍ୟୁ, ଦିନକରେ ସର୍ବାଧିକ ୨୦ ହଜାର ୯୦୩ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୮ ହଜାର ଟପିଛି। ଗତ ୨୪ ଘଣ୍ଟାରେ ୩୭୯ ରୋଗୀ ପ୍ରାଣ ହରାଇଥିବାବେଳେ ଶୁକ୍ରବାର ସୁଦ୍ଧା ଦେଶରେ ମୋଟ ୧୮ ହଜାର ୨୧୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗୋଟିଏ ଦିନରେ ସର୍ବାଧିକ ୨୦ ହଜାର ୯୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ୫୪୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୨ ଲକ୍ଷ ୨୭ ଜହାର ୪୩୯ ଜଣ ସକ୍ରିୟ ରୋଗୀ ଥିବାବେଳେ ୩ ଲକ୍ଷ ୭୯ ହଜାର ୮୯୨ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

- Advertisement -

ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୮୬ ହଜାର ୬୨୬ରେ ପହଞ୍ଚିଛି। ଏଠାରେ ମୃତ୍ୟୁ ସଂଖ୍ୟା ୮ ହଜାର ୧୭୮କୁ ବଢ଼ିଛି। ଦିଲ୍ଲୀରେ ୯୨ ହଜାର ୧୭୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୮୬୪ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୯୮ ହଜାର ୩୯୨ କରୋନା ସଂକ୍ରମିତ ଏବଂ ୧୩୨୧ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୩ ହଜାର ୯୯୯କୁ ବୃଦ୍ଧି, ୧୮୮୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୨୪ ହଜାର ୮୨୫ ସଂକ୍ରମିତ ଓ ୭୩୫ ମୃତ, ପଶ୍ଚିମବଙ୍ଗରେ ୧୯ ହଜାର ୮୧୯ ଆକ୍ରାନ୍ତ ଓ ୬୯୯ ମୃତ, ହରିୟାଣାରେ ୧୫ ହଜାର ୫୦୯ ଆକ୍ରାନ୍ତ ଏବଂ ୨୫୧ ମୃତ, ଆନ୍ଧ୍ରପ୍ରଦେଶରେ ୧୬ ହଜାର ୯୭ ଆକ୍ରାନ୍ତ ଏବଂ ୧୯୮ ମୃତ, ତେଲେଙ୍ଗାନାରେ ୧୮ ହଜାର ୫୭୦ ସଂକ୍ରମିତ ଓ ୨୭୫ ମୃତ, କର୍ଣ୍ଣାଟକରେ ୧୮ ହଜାର ୧୬ ଆକ୍ରାନ୍ତ ଓ ୨୭୨ ମୃତ, ରାଜସ୍ଥାନରେ ୧୮ ହଜାର ୬୨୨ ଆକ୍ରାନ୍ତ ଓ ୪୩୦ ମୃତ, ଜାମ୍ମୁ-କାଶ୍ମୀରରେ ୭୮୪୯ ସଂକ୍ରମିତ ଓ ୧୧୫ ମୃତ, ମଧ୍ୟପ୍ରଦେଶରେ ୧୪ ହଜାର ୧୦୬ ସଂକ୍ରମିତ ଓ ୫୮୯ ମୃତ, ବିହାରରେ ୧୦ ହଜାର ୬୮୨ ଆକ୍ରାନ୍ତ ଓ ୭୮ ମୃତ, ଆସାମରେ ୯୪୩୫ ଆକ୍ରାନ୍ତ ଓ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories