www.samajalive.in
Monday, December 15, 2025
14.1 C
Bhubaneswar

ମହିଳାମାନେ ସବୁଠାରୁ ଅଧିକ ଅନଲାଇନ ସପିଙ୍ଗ କରନ୍ତି!

ନୂଆଦିଲ୍ଲୀ : ଅନଲାଇନ୍‍ ସପିଙ୍ଗ ବା ଇଣ୍ଟରନେଟେରେ କ୍ରୟ କରିବା ଭାରତରେ ଦୈନନ୍ଦିନ ଜୀବନର ଏକ ଅଭ୍ୟାସରେ ପରିଣତ ହେଲାଣି। ଉଭୟ କ୍ରେତା ଓ ବିକ୍ରେତାଙ୍କ ପ୍ରତିଶତ ଭାରତରେ ଦିନକୁ ଦିନ ବଢି ବଢି ଚାଲିଛି। ମହିଳାମାନେ ହିଁ ଅଧିକ ଇଣ୍ଟରନେଟ କ୍ରୟ କରୁଥିବା ଏକ ଅର୍ଥନୈତିକ ସର୍ଭେରୁ ଜଣାପଡିଛି। ତେବେ ଆସନ୍ତୁ ଜାଣିବା ମହିଳାମାନେ ଅନଲାଇନ ସପିଙ୍ଗରୁ କଣ ସବୁ ଜିନିଷ କିଣିଥାନ୍ତି।
ଘରୋଇ ଦ୍ରବ୍ୟ- ଭାରତର ସହରର ମାନଙ୍କରେ ରହୁଥିବା ମହିଳାମାନେ ବିଭିନ୍ନ ଘରୋଇ ଦ୍ରବ୍ୟ ଅନଲାଇନ ଦ୍ୱାରା ସପିଙ୍ଗ କରିଥାନ୍ତି। କାରଣ, ବଜାର ଦର ଠାରୁ ଅନଲାଇନରେ ଏହି ଦ୍ରବ୍ୟର ମୂଲ୍ୟ କମ ରହୁଥିବାରୁ ମହିଳାମାନେ ଏହାକ କିଣିଥାନ୍ତି।
ଛୁଆଙ୍କ ଦ୍ରବ୍ୟ- ସହରର ମହିଳାମାନେ ପିଲା ମାନଙ୍କର ବ୍ୟବହାରିକ ଦ୍ରବ୍ୟ କିଣୁଛନ୍ତି। ଏହା ସବୁଠାରୁ ଅଧିକ ବୋଲି ଜଣାପଡିଛି। ଛୋଟ ପିଲାମାନଙ୍କ ତେଲ, ସାବୁନ, ପାଉଡର ଆଦି ଜିନଷ ଅନଲାଇନରେ ରିହାତି ରେ ମିଳୁଥିବାରୁ ମହିଳାମାନେ ଏହାକ ପସନ୍ଦ କରିଛନ୍ତି।
ସଜାଇବା ଦ୍ରବ୍ୟ- ଘରକାରଣା ଦ୍ରବ୍ୟର ମଧ୍ୟ ଅନାଲଇନ ଦ୍ୱାରା ମହିଳାମାନେ କିଣିଥାଆନ୍ତି।
ସ୍ୱସ୍ଥ୍ୟଜନିତ ଦ୍ରବ୍ୟ- ବିଭିନ୍ନ ସ୍ୱସ୍ଥ୍ୟଜନିତ ଜିନିଷ ମଧ୍ୟ ମହିଳା ମାନେ ଅନଲାଇନ ଦ୍ୱାରା କିଣିଥାନ୍ତି। ଘରେ ମହିଳାମାନେ ପିଲାମାନଙ୍କ ସ୍ୱାସ୍ଥ୍ୟପ୍ରତି ସର୍ତକତାର ନଜର ରଖି ମହିଳାମାନେ ଅନଲାଇନରେ ସପିଙ୍ଗ କରିଥାନ୍ତି।
– ମହିଳାମନେ ନିଜର ସାଜସଜ୍ୟା ଜିନିଷ ମଧ୍ୟ ଅନଲାଇନ ଦ୍ୱାରା କିଣିଥାନ୍ତି। ଅନଲାଇନ ସପିଙ୍ଗରେ ଭଲ ରିହାତି ରହୁଥିବାରୁ ମହିଳାମାନେ ଏହା ପ୍ରତି ଆକ୍ରଷିତ ହୋଇ କିଣିଥାନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories