ଅମିତାଭ ଠାକୁର ଗୃହ ବିଭାଗ ସ୍ବତନ୍ତ୍ର ସଚିବ; ବୁଝିବେ କୋବିଦ ସଂକ୍ରାନ୍ତ କାର୍ଯ୍ୟ

ଓଡ଼ିଶା ଫେରିବା ନିମନ୍ତେ ପ୍ରବାସୀ ପଞ୍ଜିକରଣ ପ୍ରକୋଷ୍ଠକୁ ନିୟନ୍ତ୍ରଣ କରୁଥିବା କୋବିଦ-୧୯ ନିୟନ୍ତ୍ରଣ କକ୍ଷକୁ ବନ୍ଦ କରିଛନ୍ତି ସରକାର । ଏହି ନିୟନ୍ତ୍ରଣ କକ୍ଷ ଦାୟିତ୍ବରେ ଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଆଇଜି (ଅପରେସନ) ଅମିତାଭ ଠାକୁରଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ରୂପେ ନିଯୁକ୍ତି ଦିଆଯାଇଛି ।

prayash

ଗୃହ ବିିଭାଗ ପକ୍ଷରୁ ଏ ସମ୍ପର୍କରେ ଗତକାଲି ନିର୍ଦେଶନାମା ଜାରି ହୋଇଛି । ଶ୍ରୀ ଠାକୁର ନିଜ ଦାୟିତ୍ବ (ଆଇଜି/ଅପରେସନ) ସହ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଭାବରେ କାର୍ଯ୍ୟ କରିବେ । ସେ କୋବିଦ ସଂକ୍ରାନ୍ତ କାର୍ଯ୍ୟ ବୁଝାବୁଝି କରିବେ ବୋଲି ସୂଚନା ମିଳିଛି ।

kalyan agarbati

Comments are closed.