www.samajalive.in
Monday, December 15, 2025
24.1 C
Bhubaneswar

ଶ୍ରୀମନ୍ଦିର ଅଭିମୁଖେ ତାଳଧ୍ଵଜ, ଦେବଦଳନ ଓ ନନ୍ଦିଘୋଷ

ପୁରୀ: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ତିନି ଠାକୁର। ତାଳଧ୍ଵଜରେ ବଡ଼ ଠାକୁର ଶ୍ରୀ ବଳଭଦ୍ର, ଦେବଦଳନରେ ଭଉଣୀ ସୁଭଦ୍ରା ଏବଂ ନନ୍ଦିଘୋଷ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଅଭିମୁଖେ ଫେରୁଛନ୍ତି। ବିନା ଭକ୍ତରେ ବାହୁଡ଼ା ଯାତ୍ରା ଚାଲିଥିବାବେଳେ ସେବାୟତମାନେ ତିନି ରଥରେ ତିନି ଠାକୁରଙ୍କୁ ଟାଣି ଟାଣି ନେଉଛନ୍ତି। ପ୍ରଥମେ ବଡ଼ ଠାକୁରଙ୍କ ରଥକୁ ସେବାୟତମାନେ ଟାଣି ନେଇଥିଲେ। ଏହାର ପ୍ରାୟ ଘଣ୍ଟାଏ ପରେ ଦେବୀ ସୁଭଦ୍ରା ଏବଂ ତା’ର ଘଣ୍ଟାକ ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିଥିଲା ବଡ଼ ଦାଣ୍ଡରେ।

ତିନି ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ପରେ ଆରମ୍ଭ ହୋଇଥିଲା ରଥଟଣା। ସକାଳ ସାଢ଼େ ୯ଟା ସୁଦ୍ଧା ଶ୍ରୀ ସୁଦର୍ଶନ ଏବଂ ତିନି ଠାକୁର ପହଣ୍ଡିରେ ରଥାରୂଢ଼ ହୋଇଥିଲେ। ପରେ ରଥରେ ଠାକୁରଙ୍କ ରୀତିନୀତି ସମ୍ପନ୍ନ ହୋଇଥିଲା। ମହାରାଜା ଦିବ୍ୟସିଂହ ଦେବ ରଥରେ ପହଞ୍ଚି ଛେରାପହଁରା କରିଥିଲେ। ଏହା ପରେ ରଥଟଣା ଆରମ୍ଭ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟ(ମଧ୍ୟାହ୍ନ ୧୨ଟା)ର ୩୫ ମିନିଟ ପୂର୍ବରୁ ଅର୍ଥାତ ୧୧ଟା ୨୫ରୁ ରଥଟଣା ଆରମ୍ଭ ହୋଇଥିଲା।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories