www.samajalive.in
Saturday, December 6, 2025
26.1 C
Bhubaneswar

ପିଅନ୍ତୁ ଏହି ଫଳ ଚୋପା ଚା’ : ସ୍ୱାସ୍ଥ୍ୟ ପାଇଁ ବରଦାନ

ଡ଼ାଳିମ୍ବ ଚୋପାରେ ତିଆରି ଚାହାରେ ବହୁ ମହତ୍ୱପୂର୍ଣ୍ଣ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ହୃଦୟ ସହ ସମ୍ବନ୍ଧୀତ ରୋଗ, କିଛି ପ୍ରକାରର କର୍କଟ ରୋଗରୁ ଦୂର କରିବା ସହ ମୁହଁରେ ବୟସର ପ୍ରଭାବକୁ ମଧ୍ୟ କମ କରିଥାଏ।
ଏପରି ପ୍ରସ୍ତୁତ କରନ୍ତୁ ଡ଼ାଳିମ୍ବ ଚାହା
ପ୍ରଥମେ ଏକ ପାତ୍ରରେ ପାଣି ଗରମ କରନ୍ତୁ । ଏହା ପରେ ଏଥିରେ ଡ଼ାଳିମ୍ବ ଚୋପାର ଗୁଣ୍ଡ (ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ) ମିଶାନ୍ତୁ। କିଛି ସମୟ ଫୁଟାନ୍ତୁ। ଏବେ ଏକ କପକୁ ଏହାକୁ ଛାଣି ଦିଅନ୍ତୁ। ସ୍ୱାଦ ବଢାଇବା ପାଇଁ ଏଥିରେ କିଛି ଲେମ୍ବୁ ରସ ଓ ମହୁ ମିଶାଇ ଦିଅନ୍ତୁ।
ଶରୀର ପାଇଁ ଏହାର ଉପକାରିତା….
ଖାଦ୍ୟ ହଜମ ପାଇଁ ଏହା ଉପକାରୀ
ଡ଼ାଳିମ୍ବ ଚୋପାରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ପାଇଁ ଏଥିରେ ପ୍ରସ୍ତୁତ ଚାହା ବହୁତ ଲାଭଦାୟକ ଅଟେ। ଖାଇବା ପରେ ଏହାକୁ ପିଇଲେ ଖାଦ୍ୟ ଭଲ ଭାବେ ହଜମ ହେବା ସହ ପାଚନ କ୍ରିୟା ଠିକ ଭାବେ କାର୍ୟ୍ୟ କରିଥାଏ।
ତଣ୍ଟି ଗତଗତ ହେବା ଦୂର ହୋଇଥାଏ…..
ବହୁ ସମୟରେ ଗଳାରେ ଖଚଖଚ ବା ଗତଗତ ହୋଇଥାଏ। ଡ଼ାଳିମ୍ବ ଚାହା ପିଇବା ଦ୍ୱାରା ଟନ୍ସିଲ୍‍ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ହୃଦୟ ଜନିତ ସମସ୍ୟା ଦୂର କରିଥାଏ ……
ଏହି ଚାହା ପିଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ହୃଦୟ ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ। ଏହା ଛଡ଼ା ରକ୍ତଚାପ, କୋଲେଷ୍ଟ୍ରଲର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
ବୟସର ପ୍ରଭାବକୁ କମ କରିଥାଏ…….
ଏହି ଚାହାରେ ଥିବା ଆଣ୍ଟଅକ୍ସିଡ଼ାଣ୍ଟ ପାଇଁ ବୟସର ପ୍ରଭାବକୁ କମ କରିଥାଏ। ତେଣୁ ଅଧିକ ବୟସ ହେଲେ ମଧ୍ୟ କମ ବୟସ୍କ ଭଳି ଜଣାଯାଇଥାଏ।
ହାତ ଓ ଆଣ୍ଠୁଗଣ୍ଠି କଷ୍ଟ ଦୂର କରେ …….
ଏହା ହାଡ଼କୁ ଶକ୍ତ କରିଥାଏ। ତେଣୁ ଏହାକୁ ପିଇବା ଦ୍ୱାରା ହାତ ଓ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦୂର ହୋଇଥାଏ।
ଏହି ଚାହାକୁ ନିୟମିତ ପିଇବା ଦ୍ୱାରା ବହୁ ପ୍ରକାରର କର୍କଟ ରୋଗରୁ ଶରୀରକୁ ଦୂର କରିଥାଏ। ମୁଖ୍ୟତଃ ଚର୍ମ କର୍କଟରୁ ଶରୀରକୁ ଦୂରରେ ରଖେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories