www.samajalive.in
Sunday, December 14, 2025
19.1 C
Bhubaneswar

ଭାରତୀୟ ସେନାକୁ ମିଳିବ ସ୍ବତନ୍ତ୍ର ଛୁରି ଓ ପୋଷାକ

ନୂଆଦିଲ୍ଲୀ: ଭାରତୀୟ ସେନାଧିକାରୀ ଓ ଯବାନମାନେ ଏଣିକି ସ୍ବଦେଶୀ ଛୁରି ବ୍ୟବହାର କରିବେ; ଯେଉଁଥିରେ ଡେଟୋନେଟର କ୍ରିମ୍ପର, ଓୟାର କଟର, ବଟଲ ଓପ୍‌ନର, ବ୍ଲେଡ୍‌ ଆଦି ଖଞ୍ଜା ହୋଇଥିବ। ଗଲୱାନ ଉପତ୍ୟକାରେ ଚୀନ ସେନା ସହ ସଂଘର୍ଷର ପୁନରାବୃତ୍ତି ଭବିଷ୍ୟତରେ ଘଟିଲେ ଏଭଳି ଛୁରି ଅତ୍ୟନ୍ତ ଉପଯୋଗୀ ହେବ। ସମ୍ପ୍ରତି ଭାରତୀୟ ଯବାନ ବ୍ୟବହାର କରୁଥିବା ସ୍ବିସ୍‌ ଆର୍ମି ଛୁରି ସୁଇଜରଲାଣ୍ଡରୁ ଆମଦାନୀ ହେଉଥିଲାବେଳେ ଏବେ ଭାରତରେ ଏହା ନିର୍ମାଣ କରାଯାଉଛି; ତେଣୁ ଭାରତୀୟ ସେନା ଏହି ବହୁମୁଖୀ ସ୍ବଦେଶୀ ଛୁରି ବ୍ୟବହାର କରିବ। ଛୁରି ସମସ୍ତ ତାପମାତ୍ରାରେ ବ୍ୟବହାର କରାଯାଇପାରିବ। ଡେଟୋନେଟର ମଧ୍ୟ ଅକାମୀ ହୋଇପାରିବ। ୧୪ମିମି ନଟ୍‌ ବୋଲ୍ଟ , ୧୨ ଗେଜ୍‌ ଲୁହା ତାର, ୨୪ ଗେଜ୍‌ ବିଦ୍ୟୁତ୍‌ ତାର ଆଦିକୁ କଟାଯାଇପାରିବ। ସେହିପରି ୨୫ମିମି ମୋଟେଇର କାଠ, ୧୦ମିମି ପ୍ଲାଷ୍ଟିକ, ୨୬ ଗେଜ୍‌ ଆଲୁମିନିୟମ, ୨୨ ଗେଜ୍‌ ଧାତବ ଟ୍ୟୁବ୍‌ ଆଦିକୁ ଏଥିରେ କଟାଯାଇ ପାରିବ। ଏଥିରେ ସ୍ବତନ୍ତ୍ର ଲକିଂ ବ୍ୟବସ୍ଥା ରହିଥିବାରୁ ବ୍ୟବହାରାରୀଙ୍କର କ୍ଷତି ହେବନାହିଁ।
ଭାରତୀୟ ଯବାନଙ୍କୁ ମିଳିବ ସମ୍ପୂର୍ଣ୍ଣ ସ୍ବଦେଶ ନିର୍ମିତ ସାଞ୍ଜୁ ‘ସର୍ବତ୍ର କବଚ’। ଏହି ପୋଷାକରେ ବ୍ୟବହୃତ ସାମଗ୍ରୀ ବିଶ୍ବର ସବୁଠୁ ଆଧୁନିକ ଓ ସୁରକ୍ଷିତ। ଏହାର ପ୍ରସ୍ତୁତିରେ ଚୀନ କିମ୍ବା କୌଣସି ବିଦେଶୀ କଞ୍ଚାମାଲ ବ୍ୟବହାର କରାଯାଇ ନାହିଁ; ବରଂ ଶତ ପ୍ରତିଶତ ଭାରତୀୟ କୌଶଳ ଓ ଡିଜାଇନ୍‌ ସହିତ ଭାରତରେ ହିଁ ଏହା ପ୍ରସ୍ତୁତ କରାଯାଇଛି। ଏହା ଖୁବ୍‌ ହାଲ୍‌କା, ଜଳ ଓ ସୂର୍ଯ୍ୟରଶ୍ମୀ ନିରୋଧକ ହୋଇଥିଲାବେଳେ ଅଧିକ କାଳ ବ୍ୟବହାରଯୋଗ୍ୟ। ଭାରତୀୟ ସେନା ଦ୍ବାରା ପ୍ରସ୍ତୁତ ଏହି ପୋଷାକ ବା ସାଞ୍ଜୁ ଯବାନଙ୍କ ପୂର୍ଣ୍ଣ ଶରୀରକୁ ଢ଼ାଙ୍କି ରଖିବ। ଏହାର ମୂଲ୍ୟ ଅନ୍ୟ ପୋଷାକ ତୁଳନାରେ ଅଧା କମ୍‌। ଏହି ପୋଷାକର ପରିକଳ୍ପନା କରିଛନ୍ତି ବିଶିଷ୍ଟ ସେନାପଦକପ୍ରାପ୍ତ ମେଜର ଅନୁପ ମିଶ୍ର; ଯେ କି ସେନା ଅଭିଯାନରେ ଗୁରୁତର ଆହତ ହୋଇଥିଲେ। ଏହି ପୋଷାକର କ୍ଷେତ୍ର ପରୀକ୍ଷଣ ପ୍ରାୟତଃ ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ଏହାକୁ ସେନାବାହିନୀରେ ସାମିଲ କରାଯିବ ବୋଲି ଜଣେ ସେନାଧିକାରୀ କହିଛନ୍ତି। ଭାରତୀୟ କମ୍ପାନୀ ୧ଲକ୍ଷ ୮୦ହଜାର ଗୁଳିନିରୋଧୀ ଜ୍ୟାକେଟ ପାଇଁ ଚୀନ୍‌ କମ୍ପାନୀ ସହିତ ଗତ ବର୍ଷ ବିବାଦ ପରେ ଏହି ପୋଷାକ ପ୍ରସ୍ତୁତି ଉଦ୍ୟମ ହୋଇଥିଲା।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories