www.samajalive.in
Sunday, December 7, 2025
16.1 C
Bhubaneswar

ଭାରତରେ ୧୭ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ପୁଣି ୧୮ ହଜାର ୬୫୩ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ମୃତ୍ୟୁ ସଂଖ୍ୟା ବୁଧବାର ୧୭ ହଜାର ଅତିକ୍ରମ କରିଛି। ଦେଶରେ ଗତ ୨୪ ଘଣ୍ଟାରେ ୫୦୭ ଜଣ ଏହି ମହାମାରୀ ଭୂତାଣୁରେ ପ୍ରାଣ ହରାଇଥିବାବେଳେ ଏବେ ସୁଦ୍ଧା ମୋଟ ୧୭ ହଜାର ୪୦୦ ରୋଗୀଙ୍କ ଜୀବନ ଯାଇଛି। ସେହିପରି ଦିନକରେ ୧୮ ହଜାର ୬୫୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୫ ହଜାର ୪୯୩କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୨ ଲକ୍ଷ ୨୦ ଜହାର ୧୧୪ ଜଣ ସକ୍ରିୟ ରୋଗୀ ଥିବାବେଳେ ୩ ଲକ୍ଷ ୪୭ ହଜାର ୯୭୯ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

- Advertisement -

ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୭୪ ହଜାର ୭୬୧ରେ ପହଞ୍ଚିଛି ଏଠାରେ ମୃତ୍ୟୁ ସଂଖ୍ୟା ୭ ହଜାର ୮୫୫କୁ ବଢ଼ିଛି ଦିଲ୍ଲୀରେ ହଜାର ୩୬୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୭୪୨ ଜଣ ପ୍ରାଣ ହରାଇଛନ୍ତି ତାମିଲନାଡୁରେ ୯୦ ହଜାର ୧୬୭ କରୋନା ସଂକ୍ରମିତ ଏବଂ ୧୨୦୧ ରୋଗୀଙ୍କ ମୃତ୍ୟୁ ଘଟିଛି ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୨ ହଜାର ୬୪୩କୁ ବୃଦ୍ଧି, ୧୮୮ ଜଣଙ୍କ ମୃତ୍ୟୁ ହୋଇଛି ଏହାବ୍ୟତୀତ ଉତ୍ତରପ୍ରଦେଶରେ ୨ହଜାର ୪୯୨ ସଂକ୍ରମିତ ଓ ୬୯୭ ମୃତ, ପଶ୍ଚିମବଙ୍ଗରେ ୧୮ ହଜାର ୫୫୯ ଆକ୍ରାନ୍ତ ଓ ୬୬୮ ମୃତ, ହରିୟାଣାରେ ୧୪ ହଜାର ୫୪୮ ଆକ୍ରାନ୍ତ ଏବଂ ୨୩୬ ମୃତ, ଆନ୍ଧ୍ରପ୍ରଦଶେରେ ୧୪ ହଜାର ୫୯୫ ଆକ୍ରାନ୍ତ ଏବଂ ୧୮୭ ମୃତ, ତେଲେଙ୍ଗାନାରେ ୧୬ ହଜାର ୩୩୯ ସଂକ୍ରମିତ ଓ ୨୬୦ ମୃତ, କର୍ଣ୍ଣାଟକରେ ୧ହଜାର ୨୪୨ ଆକ୍ରାନ୍ତ ଓ ୨୬ ମୃତ, ରାଜସ୍ଥାନରେ ୧ହଜାର ଆକ୍ରାନ୍ତ ଓ ୪୧୩ ମୃତ, ଜାମ୍ମୁକାଶ୍ମୀରରେ ୭୪୯୭ ସଂକ୍ରମିତ ଓ ୧୦୧ ମୃତ, ମଧ୍ୟପ୍ରଦେଶରେ ୧୩ ହଜାର ୫୯୩ ସଂକ୍ରମିତ ଓ ୫୭୨ ମୃତ, ବିହାରରେ ୯୯୮୮ ଆକ୍ରାନ୍ତ ଓ ୬୮ ମୃତ, ଆସାମରେ ୮୪୦୮ ଆକ୍ରାନ୍ତ ଓ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories