www.samajalive.in
Wednesday, December 10, 2025
23.1 C
Bhubaneswar

ସୋନିଆଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ : କଂଗ୍ରେସ ସଂସ୍କାର ରାଜସ୍ୱ ଲୁଟିବା; ମୋଦୀଙ୍କ ସଂସ୍କାର ଗରିବଙ୍କ ସେବା

• ମୋଦୀ ସରକାରରେ ଟଙ୍କା ଡିବିଟି ଜରିଆରେ ଗରିବଙ୍କ ପାଖରେ ପହଁଚୁଛି ମାତ୍ର କଂଗ୍ରେସ ସରକାରରେ ଟଙ୍କା ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଡିବିଟି ହେଉଥିଲା
• ଏପ୍ରିଲ ଓ ମେ ମାସରେ ପେଟ୍ରୋଲ ଏବଂ ଡିଜେଲର ଚାହିଦା ୭୦ରୁ ୮୦ ପ୍ରତିଶତ କମି ଯାଇଥିଲା, ଏହାର ସିଧା ପ୍ରଭାବ ଦେଶ ତଥା ରାଜ୍ୟ ଅର୍ଥନୀତି ଉପରେ ପଡୁଥିଲା
• କଂଗ୍ରେସ ଶାସିତ ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ପୁଡ଼ୁଚେରି ପେଟ୍ରୋଲ୍‍ ଓ ଡିଜେଲ୍‍ ଉପରେ ୫ ଟଙ୍କା ଭ୍ୟାଟ୍‍ ବଢାଇଛନ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର : କଂଗ୍ରେସର ସଂସ୍କାର କେବଳ ରାଜସ୍ୱ ଲୁଟିବା ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସ୍କାର ଗରିବ ତଥା ମଧ୍ୟବିତଙ୍କ ସେବା କରିବା ବୋଲି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମୟରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିବୃତି ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କଂଗ୍ରେସକୁ ଲମ୍ବା ସମୟ ଧରି ଦେଶର ଶାସନ ଭାର ସମ୍ଭାଳିବାର ଦାୟିତ୍ୱ ମିଳିଥିଲା ମାତ୍ର ଏହାର ପରିଣାମ ଦେଶ ସାମ୍ନାରେ ଅଛି। ବର୍ତମାନର ଘଡିସନ୍ଧି ମୁହୂର୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଗରିବ ଲୋକଙ୍କ ଆକାଉଂଟରେ ଡିବିଟି ମାଧ୍ୟମରେ ଟଙ୍କା ପଠାଯାଉଛି। ମାତ୍ର କଂଗ୍ରେସର ସଂସ୍କାରରେ ଡିବିଟି ଅନ୍ୟଜଣଙ୍କ ଆକାଉଂଟରେ ଏବଂ ରାଜୀବ ଗାନ୍ଧି ଫାଉଣ୍ଡେସନର ଆକାଉଂଟରେ ଡିବିଟି କରାଯାଉଥିଲା ବୋଲି ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି।
ବିଶ୍ୱ ଅର୍ଥନୀତି ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଛି। କରୋନା ମହାମାରୀ କାରଣରୁ ଉର୍ଜା ଶିଳ୍ପ କଠିନ ସମୟ ଦେଇ ଗତି କରୁଛି ଏବଂ ଏପ୍ରିଲ ଓ ମେ ମାସରେ ପେଟ୍ରୋଲ ଏବଂ ଡିଜେଲର ଚାହିଦା ୭୦ରୁ ୮୦ ପ୍ରତିଶତ କମି ଯାଇଥିଲା। ଏହାର ସିଧା ପ୍ରଭାବ ଦେଶ ତଥା ରାଜ୍ୟ ଅର୍ଥନୀତି ଉପରେ ପଡିଥିଲା। ଜୁନ ମାସରେ ସ୍ୱାଭାବିକ ହୋଇଛି।  କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ପରୁଚେରି ଭଳି ରାଜ୍ୟ ଗତମାସରେ ପେଟ୍ରୋଲ ଉପରେ ୫ ଟଙ୍କା ଭ୍ୟାଟ୍‍ ବୃଦ୍ଧି କରିଛନ୍ତି। ଦେଶର ସମସ୍ତ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ୍‍ ବୃଦ୍ଧି କରିଛନ୍ତି।

- Advertisement -

କରୋନା ମହମାରୀକୁ ଲଢିବା ପାଇଁ ଆଜି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଲୋକ କଲ୍ୟାଣ ଯୋଜନା ପାଇଁ କାମ କରୁଛନ୍ତି। ଦେଶରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ହୋଇଛି। ଗରିବଙ୍କୁ ଚାଉଳ, ଜନଧନରେ ଟଙ୍କା, କିଷାନ ସମ୍ମାନ ନିଧିରେ ଟଙ୍କା, ମାଗଣାରେ ଉଜ୍ଜଳା ଯୋଜନାରେ ଗ୍ୟାସ, ଇପିଏଫରେ ଟଙ୍କା ଦିଆଯାଇଛି। ଗରିବ ତଥା ମଧ୍ୟବିତଙ୍କ କଲ୍ୟାଣ ଚିନ୍ତା କରିବା ତଥା ଏମଏସଏମଇ କ୍ଷେତ୍ର ପାଇଁ ୩ ଲକ୍ଷ କୋଟି ବିନା ବନ୍ଧକରେ ଋଣ ଦେବାର ବ୍ୟବସ୍ଥା କରାଯାଇଛି। ଜାତୀୟ ରାଜପଥ,ରେଳ, ବେସାମରିକ ବିମାନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବ୍ୟବସ୍ଥା କରାଯାଇଛି। ଗତ ତିନି ମାସରେ ୪୨ କୋଟି ଲୋକଙ୍କୁ ଜୁନ ୨୦ ସୁଦ୍ଧା ୬୫,୪୫୪ କୋଟି ଟଙ୍କା ଲୋକଙ୍କ ବ୍ୟାଙ୍କ୍‍ ଆକାଉଂଟକୁ ଡିବିଟି ମାଧ୍ୟମରେ  ପଠାଯାଇଛି ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories