www.samajalive.in
Sunday, December 7, 2025
26.1 C
Bhubaneswar

କରୋନାରେ ୩ ନୁହେଁ, ଜଣଙ୍କର ମୃତ୍ୟୁ: ଗଞ୍ଜାମ ଜିଲାପାଳ

ଭୁବନେଶ୍ବର: ଗଞ୍ଜାମ ଜିଲାର ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତରେ କରୋନାରେ ୩ ନୁହେଁ, ଜଣଙ୍କର ମୃତ୍ୟୁ ହୋଇଛି। ୩ଜଣଙ୍କ ମୃତ୍ୟୁ ଘଟଣା ମିଛ ବୋଲି ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ଦିଆଯାଇଥିବା ଏକ ପ୍ରେସ୍‌ ରିଲିଜ୍‌ରେ ଜାହାଡ଼ା ପଞ୍ଚାୟତର ସରପଞ୍ଚ କରୋନା ଆକ୍ରାନ୍ତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ସରପଞ୍ଚ ଠିକ୍ ଭାବେ ଜାଣିନାହାନ୍ତି। ବିଭାଗୀୟ ସୁତ୍ରରୁ ଯାହା ଘୋଷଣା ହେଉଛି ତାହାହିଁ ସଠିକ୍।  ଜାହାଡ଼ ପଞ୍ଚାୟତରେ କରୋନା ଆକ୍ରାନ୍ତରେ ୩ଜଣଙ୍କ ମୃତ୍ୟୁ ଘଟଣା ଏକ ଗୁଜବ ଏବଂ ସେଠାରେ ଜଣେ ମାତ୍ର କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଛନ୍ତି। ଅନ୍ୟ ଦୁଇ ଜରଙ୍କ ମୃତ୍ୟୁ ଅନ୍ୟ କିଛି କାରଣରୁ ହୋଇଥାଇପାରେ। ସରପଞ୍ଚ ମାନଙ୍କୁ ଜଣାଉଛୁ କରୋନା ଆକ୍ରାନ୍ତରେ ଯେ କେହି ମୃତ୍ୟୁ ହେବେ ତାହା ସ୍ପଷ୍ଟ ହେଲାପରେ କିଛି କୁହନ୍ତୁ । ଏନେଇ ସରପଞ୍ଚମାନଙ୍କ ସହ ଆଲୋଚନା​‌ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।

- Advertisement -

ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ବିଟ୍‌ କରି କହିଛନ୍ତି ଯେ ଜାହାଡ଼ ପଞ୍ଚାୟତରେ ଜାହାଡ଼ା ପଞ୍ଚାୟତରେ କରୋନା ଆକ୍ରାନ୍ତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଏକ ଗୁଜବ। ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ସେହି ମାର୍ଗଦର୍ଶିକାକୁ ଜିଲା ପ୍ରଶାସନ କଡ଼ାକଡ଼ି ଭାବେ ପାଳନ କରୁଛି। କରୋନା ଆକ୍ରାନ୍ତରେ ଯାହାଙ୍କ ମୃତ୍ୟୁ ହେବ ସେଥିପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରକ୍ରିୟା ରହିଛି। ଜାହାଡ଼ା ପଞ୍ଚାୟତରେ ଜଣେ କରୋନା ଆକ୍ରାନ୍ତ ମୃତ୍ୟୁ ପ୍ରକ୍ରିୟା ସମ୍ପାଦନ କରାଯାଇଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଘୋଷଣା କରାଯାଉଛି। ତେଣୁ ଜାହାଡ଼ାରେ ମାତ୍ର ଜଣଙ୍କର କରୋନା ଆକ୍ରାନ୍ତରେ ମୃତ୍ୟୁ ହେଉଛି। ତେବେ ସେଠା​‌େ​‌ର ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଇ ପାରେ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରକାଶ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories