www.samajalive.in
Saturday, December 13, 2025
23.1 C
Bhubaneswar

ବାଇକକୁ ପିଟିଲା ବୋଲେରୋ : ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର 

ନବରଙ୍ଗପୁର : ନବରଙ୍ଗପୁର ବ୍ଲକ ଶାସନ ଗ୍ରାମ ନିକଟରେ ବାଇକର ପଛ ପଟକୁ ବୋଲେରୋ ଧକ୍କା ଦେବା ଫଳରେ ବାଇକ ଚାଳକ ସ୍ୱାମୀଙ୍କ ଘଟଣାସ୍ଥଳରେ ମୃତ୍ୟ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  ହୋଇଛନ୍ତି।
ଶୁକ୍ରବାର ନିଜ ବାଇକରେ ବଡ଼ମସିଗାଁ ଗ୍ରାମର ଟେମରାଜ ହରିଜନ ନିଜ ସ୍ତ୍ରୀଙ୍କୁ ନେଇ ନବରଙ୍ଗପୁର ସହରରେ କୌଣସି କାମ ପାଇଁ ନବରଙ୍ଗପୁରକୁ ଆସିଥିଲେ। କାମ ସାରି ଦୁହେଁ ବାଇକରେ ନିଜ ଗ୍ରାମକୁ ଫେରୁଥିବା ବେଳେ ଶାସନ ଗ୍ରାମ ନିକଟ ବୁଲାଣୀ ରାସ୍ତା ଠାରେ ଅଚାନକ ବାଇକର ପଛପଟକୁ ଏକ ବୋଲେରୋ ଆସି ଧକ୍କା ଦେଇ ବୋଲେରୋ ଟି ରାସ୍ତା କଡରେ ଓଲଟି ପଡିଥିଲା। ଫଳରେ ବାଇକ ଚଳାଉଥିବା ସ୍ୱାମୀ ଓ ସ୍ତ୍ରୀ ଛିଞ୍ଚାଡି ହୋଇ ପଡିଯିବା ସହ ଘଟଣାସ୍ଥଳରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକ ମାନେ ଗୁରୁତର ଅବସ୍ଥାରେ ସ୍ତ୍ରୀଙ୍କୁ ଉଦ୍ଧାର କରି ଅଗ୍ନିଶମ ଗାଡିରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ବର୍ତମାନ ସ୍ତ୍ରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିଲେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ କୋରାପୁଟ ନେଇଯିବାକୁ ଡାକ୍ତର କହିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।
ଅନ୍ୟପଟେ ପ୍ରତେକ୍ଷଦର୍ଶୀଙ୍କ ଅନୁଯାଇ ବୋଲେରୋ ରେ ୩ ଜଣ କମ୍ ବୟସର ପିଲାମାନେ ଡ୍ରାଇଭିଂ କରୁଥିଲେ। ତେଣୁ, ଭାରସାମ୍ୟ ହରାଇ ଏପରି ଦୁର୍ଘଟଣା ଘଟିଥିବା କହିଛନ୍ତି। ବୋଲେରୋଟି ରାସ୍ତା କଡରେ ଓଲଟି ପଡିଥିଲେ ମଧ୍ୟ ବୋଲେରୋ ରେ ଥିବା ବ୍ୟକ୍ତି ମାନେ ସୁରକ୍ଷିତ ଥିବା ଜଣାପଡିଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories