www.samajalive.in
Saturday, December 13, 2025
23.1 C
Bhubaneswar

ବଡ଼ବିଲ୍ ସବ୍ ଜେଲରେ ବିଚାରାଧୀନ ମହିଳା କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବଡ଼ବିଲ ଉପ କାରାଗାରରେ ଜଣେ ହତ୍ୟା ଅଭିଯୁକ୍ତ ମହିଳା କଏଦୀଙ୍କ ମର ଶରୀର ଜେଲ ଭିତରେ ଥିବା ଏକ ଗଛରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ନାମ ସବିତା ମୁଣ୍ଡା ଏବଂ ସେ ଡ଼ାହାଣୀ ସନ୍ଦେହରେ ନିଜର ଜଣେ ସମ୍ପର୍କୀୟ ମହିଳାଙ୍କୁ ଗତ ମେ ୯ ତାରିଖରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଗତ ମେ ୧୬ ତାରିଖରେ ସେ ଜେଲରେ ଭର୍ତି ହୋଇଥିଲେ ।

ସକାଳେ ନିତ୍ୟକର୍ମ ଶେଷ ପରେ ଜଳଖିଆ ଖାଇବା ପାଇଁ ସବିତା ନିଜ କୋଠରୀରୁ ବାହାରକୁ ଆସିଥିଲେ । ସେ ଜେଲ ମଧ୍ୟରେ ଏଣେତେଣେ ବୁଲୁଥିବା ଦେଖା ଯାଇଥିଲା । ମାତ୍ର କିଛି ସମୟ ପରେ ଆଉ ତାଙ୍କର ପତ୍ତା ମିଳି ନ ଥିଲା । ପରେ ଜେଲ ପରିସରରେ ଥିବା ଏକ ଗଛରେ ତାଙ୍କର ମୃତ ଦେହ ଝୁଲୁଥିବା ଦେଖା ଯାଇଥିଲା । ସବିତାଙ୍କ ମୃତ୍ୟୁ ଖବର  ସମ୍ପର୍କରେ ଜେଲ କର୍ତ୍ତୃପକ୍ଷ ପୁଲିସକୁ ଅବଗତ କରିଛନ୍ତି । ବଡ଼ବିଲର ଜଣେ ପ୍ରଥମଶ୍ରେଣୀ ବିଚାରପତି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।  ସମ୍ପୃକ୍ତ ମହିଳା ଆତ୍ମହତ୍ୟା କରିଛନ୍ତି ବୋଲି ଜେଲ କର୍ମଚାରୀମାନେ କହୁଥିବାବେଳେ ସ୍ବାଭାବିକ ଭାବରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 
ଜେଲର କଡ଼ା ସୁରକ୍ଷା ମଧ୍ୟରେ ଥାଇ ଜଣେ ମହିଳା କଏଦୀ ଆତ୍ମହତ୍ୟା କରିବା ଘଟଣା ଜେଲ ଭିତରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।  ସେ ସତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ଅଛି ତାହା ମଧ୍ୟ ସନ୍ଦେହ ଘେରରେ । ଏ ସମ୍ପର୍କରେ ବଡ଼ବିଲ୍ ସବଜେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ ହୋଇଥିଲେ ହେଁ ତାହା ସମ୍ଭବ ହୋଇନାହିଁ ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories