www.samajalive.in
Sunday, December 7, 2025
26.1 C
Bhubaneswar

ବିବାଦ ଘେରରେ ବାବା ରାମଦେବଙ୍କ କରୋନା ଔଷଧ ‘କରୋନିଲ୍‍’: ପତଞ୍ଜଳିକୁ ନୋଟିସ୍‍

ହରିଦ୍ୱାର: କରୋନା ଭାଇରସରୁ ମୁକ୍ତି ଦେବା ନେଇ ଦାବି କରୁଥିବା ପତଞ୍ଜଳିର କରୋନିଲ୍‍ ଔଷଧ ବିବାଦ ଘେରକୁ ଆସିଯାଇଛି। ଗତକାଲି ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ଗଣମାଧ୍ୟମ ସମ୍ମୁଖରେ ଏହି ଔଷଧ ବିଷୟରେ ଘୋଷଣା କରିବା ପରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏହାର ପ୍ରଚାର ପ୍ରସାର ଉପରେ ରୋକ ଲଗାଇଥିବା ବେଳେ ବୁଧବାର ବାବାଙ୍କ ଔଷଧକୁ ଆଉ ଏକ ଝଟ୍‍କା ଲାଗିଛି। ଉତ୍ତରାଖଣ୍ଡର ଆୟୁର୍ବେଦ ଡ୍ରଗ୍ସ ଲାଇସେନ୍ସ ଅଥୋରିଟୀ ଏହି ଔଷଧକୁ ନେଇ ପ୍ରଶ୍ନ ଉଠାଇବା ସହ ପତଞ୍ଜଳିକୁ ନୋଟିସ୍‍ ଜାରି କରିଛନ୍ତି।

ଲାଇସେନ୍ସ ବିଭାଗର ଉପନିର୍ଦ୍ଦେଶକ ଯତେନ୍ଦ୍ର ସିଂହ ରାୱତଙ୍କ କହିବାନୁସାରେ, ବାବା ରାମଦେବଙ୍କ କମ୍ବାନୀ ପତଞ୍ଜଳିକୁ କରୋନା ଔଷଧ ନୁହେଁ ବରଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଓ ଥଣ୍ଡା-କାଶର ଔଷଧ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ରାୱତ କହିଛନ୍ତି, ସେ ଗଣମାଧ୍ୟମ ଜରିଆରେ ଜାଣିବାକୁ ପାଇଲେ ଯେ ପତଞ୍ଜଳି ପକ୍ଷରୁ କରୋନାର କୌଣସି ଔଷଧ ବିଷୟରେ ଘୋଷଣା କରାଯାଉଛି। ମାତ୍ର ଏପରି କୌଣସି ଔଷଧ ତିଆରି କରିବାକୁ କମ୍ପାନୀକୁ ଲାଇସେନ୍ସ ଦିଆଯାଇ ନାହିଁ।

- Advertisement -

ରାୱତ ପୁନଶ୍ଚ କହିଛନ୍ତି, ଭାରତ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି ଯେ, କେହି ବି କରୋନା ଔଷଧ ତିଆରି କରି ତା’ର ପ୍ରଚାର ପ୍ରସାର କରିପାରିବ ନାହିଁ। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବୈଧତା ମିଳିବା ପରେ ହିଁ ଏଥିପାଇଁ ଅନୁମତି ମିିଳିବ। ତାଙ୍କ କହିବାନୁସାରେ, ଏହାକୁ ନେଇ କୌଣସି ପରୀକ୍ଷା ନୀରିକ୍ଷା କରାଯାଇ ନାହିଁ। ବିଭାଗ ପକ୍ଷରୁ ପତଞ୍ଜଳିକୁ ନୋଟିସ ଜାରି କରାଯାଇ ଏନେଇ ଉତ୍ତର ରଖିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଆୟେଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଗୁରୁ ବାବା ରାମଦେବ କହିଥିଲେ ଯେ ପତଞ୍ଜଳି ସଂସ୍ଥା ସାତ ଦିନ ମଧ୍ୟରେ କରୋନାଭାଇରସକୁ ଭଲ କରି ପାରୁଥିବା ଏକ ଆୟୁର୍ବେଦୀୟ ଔଷଧର ଉଦ୍ଭାବନ କରିଛି। ଯାହାର କି ପରୀକ୍ଷା ନୀରିକ୍ଷା କରାଯାଇ ୧୦୦ ପ୍ରତିଶତ ଫଳପ୍ରଦ ହୋଇଛି ବୋଲି କହିଥିଲେ। କରୋନିଲ୍‌ ବା କରୋନା କିଟ୍‌ ନାମିତ ଏହି ଔଷଧର ମୂଲ୍ୟ ୫୪୫ ଟଙ୍କା ରହିଛି। ଯାହାର ବିକ୍ରୟ ଆଗାମୀ ଏକ ସପ୍ତାହ ମଧ୍ୟରେ ସମଗ୍ର ଦେଶରେ ଆରମ୍ଭ ହେବ। ଏବଂ ଏଥିପାଇଁ ବିଜ୍ଞାପନ କରିବା ମଧ୍ୟ ଆରମ୍ଭ କରି ଦେଇଥିଲା ପତଞ୍ଜଳି ସଂସ୍ଥା। ତେବେ, କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏସଂପର୍କରେ ଯାଞ୍ଚ ଓ ଏହି ଔଷଧର ସବିଶେଷ ପରୀକ୍ଷଣ ନ ସରିବା ପର୍ୟ୍ୟନ୍ତ ଏହାର ବିକ୍ରୟ ଓ ବିଜ୍ଞାପନକୁ ବନ୍ଦ କରିବା ଏବଂ ଏଭଳି ଦାବିକୁ ବନ୍ଦ କରିବାକୁ ପତଞ୍ଜଳି ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories