www.samajalive.in
Saturday, December 6, 2025
14.1 C
Bhubaneswar

୭ ଦିନରେ ଭଲ ହେବ କରୋନା: ପତଞ୍ଜଳି ଆୟୁର୍ବେଦ ସଂସ୍ଥା ବାହାର କଲା ଔଷଧ

ନୂଆଦିଲ୍ଲୀ: ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ କରୋନା ଭୂତାଣୁର ଚିକିତ୍ସା ପାଇଁ ଔଷଧ ଲଞ୍ଚ କରିଛି। ଏହାର ନାମ ରହିଛି ‘କରୋନିଲ’। ଏକ ଡବାରେ ବଟିକା ରୂପରେ ଏହି ଔଷଧ ବଜାରରେ ଉପଲବ୍ଧ ହେବ। ଔଷଧ ସେବନର ୫ରୁ ୧୪ ଦିନ ମଧ୍ୟରେ ରୋଗୀ ୧୦୦ ପ୍ରତିଶତ ଆରୋଗ୍ୟ ଲାଭ କରିବେ ବୋଲି ବାବା ରାମଦେବ ହରିଦ୍ବାରରେ ଔଷଧ ଲଞ୍ଚ କରିବା ଅବସରରେ କହିଛନ୍ତି।

ଔଷଧ ଲଞ୍ଚ କରିବା ଅବସରରେ ବାବା ରାମଦେବ ଏବଂ ପତଞ୍ଜଳିର ସିଇଓ ବାଲକ୍ରିଷ୍ଣ ଏହି ଔଷଧର କ୍ଲିନିକାଲ ଟ୍ରାଏଲର ଫଳାଫଳ ବିଷୟରେ କହିଥିଲେ। ପତଞ୍ଜଳି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଏବଂ ଜୟପୁରସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ମିଳିତ ଭାବେ ଏହାର ପ୍ରସ୍ତୁତ କରିଛନ୍ତି। ହରିଦ୍ବାରସ୍ଥିତ ଦିବ୍ୟ ଫାର୍ମାସୀ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ଏହାର ଉତ୍ପାଦନ କରୁଛନ୍ତି।

- Advertisement -

ବାବା ରାମଦେବ କହିଛନ୍ତି, ପୂରା ଦେଶକୁ କରୋନା ଭୂତାଣୁ ଚିକିତ୍ସା ପାଇଁ ଔଷଧର ପ୍ରତୀକ୍ଷା ଥିଲା। ଏଥିପାଇଁ ଆମେ ଔଷଧ ପ୍ରସ୍ତୁତ କରିସାରିଛୁ। ୨୮୦ ଜଣ ରୋଗୀଙ୍କ ଉପରେ ଏହି ଔଷଧର ପରୀକ୍ଷଣ କରାଯାଇଥିଲା ଏବଂ ସମସ୍ତ ରୋଗୀ ସୁସ୍ଥ ହୋଇଥିଲେ। ଔଷଧ ସେବନ ପରେ କୌଣସି ରୋଗୀଙ୍କଠାରେ କିଛି ବି ସମସ୍ୟା ଦେଖିବାକୁ ମିଳି ନାହିଁ କି କାହାର ମୃତ୍ୟୁ ଘଟି ନାହିଁ। ଔଷଧ ସେବନ କରିବାର ୩ ଦିନ ପରେ ୬୯ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ। ୭ ଦିନ ପରେ ୧୦୦ ପ୍ରତିଶତ ରୋଗୀ ଆରୋଗ୍ୟ ଲାଭ କରିଥିଲେ। ଏହା ଆମ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ବାବା ରାମଦେବ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories