www.samajalive.in
Sunday, December 7, 2025
15.1 C
Bhubaneswar

ନୀଳଗିରି ଜେଲରେ ଚିକିତ୍ସାଧୀନ କଏଦୀର ମୃତ୍ୟୁ

ନୀଳଗିରି: ଏକ ଚୋରି ମାମଲାରେ ଗିରଫ ହୋଇ ଜେଲରୁ ମେଡିକାଲକୁ ଆସିଥିବା ଜଣେ ଚିକିତ୍ସାଧୀନ କଏଦୀର ମଙ୍ଗଳବାର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ନୀଳଗିରି ଥାନା ତଥା ଅଯୋଧ୍ୟା ଫାଣ୍ଡି ଅଧୀନ ବାଲିପାଳ ଶାସନର ଡା. ସତ୍ୟରଞ୍ଜନ ପଣ୍ଡାଙ୍କ ଘରେ ଚୋର ଦଳ କଳାକନା ବୁଲାଇଥିଲେ। ଡା. ପଣ୍ଡା ପରିବାର ସହ ରେମୁଣା ଅଞ୍ଚଳରେ ରହୁଥିବା ସୁଯୋଗରେ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ୨ଟି ପାଣିମୋଟର, ୩ଟି ପ୍ରେସର କୁକର, ବାସନ କୁସନ, ପାଣି ପାଇପ, ଫ୍ୟାନ, ଷ୍ଟାବିଲାଇଜର ପ୍ରଭୃତି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିଲେ।

- Advertisement -

ଏହି ଚୋରି ଘଟଣାରେ ନୀଳଗିରି ଆଇଆଇସି ମିନତି ବିଶ୍ୱାଳଙ୍କ ନିର୍ଦେଶରେ ଅଯୋଧ୍ୟା ଫାଣ୍ଡି ଏଏସଆଇ ମନୋରଞ୍ଜନ ପୁହାଣ ଉପରୋକ୍ତ ଚୋରିରେ ସମ୍ପୃକ୍ତି ଥିବା ପ୍ରତାପପୁର ଗାଁର ବାୟା ଓରଫ ବାଇଧର ମାଝୀ (୨୭), ନୀର ଓରଫ ନରହରି ସିଂ (୨୩), ମାଙ୍ଗା ଓରଫ ରାଜୁ ସିଂ (୨୭), ନର ଓରଫ ରବି ସିଂ (୨୫) ଏବଂ ବରହମପୁର ଥାନା ଅଧୀନ କୁଞ୍ଚିବଣିଆ ଗାଁର ତଥା ଅଯୋଧ୍ୟା ନିକଟ ମା’ ଇଟାଭାଟିରେ କାମ କରୁଥିବା ଦିଲୀପ ସିଂ (୨୮)କୁ ଗିରଫ କରିବା ସହ ସେମାନଙ୍କଠାରୁ ବହୁ ଚୋରି ସାମଗ୍ରୀ ଜବତ କରିଥିଲେ। ଗତ ୨୦ତାରିଖରେ ଅପରାହ୍ନରେ ସେମାନଙ୍କୁ କୋର୍ଟଚାଲାଣ କରାଯିବା ପରେ ସମସ୍ତ ଅଭିଯୁକ୍ତ ନୀଳଗିରି ଜେଲରେ ବନ୍ଦୀ ହୋଇଥିଲେ। କିନ୍ତୁ ରାତି ୯ଟା ସମୟରେ ଅଭିଯୁକ୍ତ ମାଙ୍ଗା ଓରଫ ରାଜୁ ସିଂ ନିଶା ପାଇଁ ଜେଲ ଭିତରେ ହଇଚଇ ସୃଷ୍ଟି କରିଥିଲା। ତାକୁ ଅନ୍ୟ କଏଦୀ ଏବଂ ଜେଲ ୱାର୍ଡ଼ରମାନେ ଯେତେ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେ ସମସ୍ତଙ୍କୁ ଛାଟି ଦେଇ ଉନ୍ମତ୍ତକାଣ୍ଡ ଭିଆଇଥିଲା। ନୀଳଗିରି ଜେଲର ମନସ୍ୱିନୀ ନାୟକଙ୍କ ନିର୍ଦେଶକ୍ରମେ ୱାର୍ଡ଼ରମାନେ ତାକୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସମ୍ପୃକ୍ତ ଚିକିତ୍ସାଧୀନ କଏଦୀଙ୍କ ମଙ୍ଗଳବାର ପୂର୍ବାହ୍ନରେ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସମ୍ପୃକ୍ତ କଏଦୀଙ୍କର ବାତରୋଗ ଥିବା ମଧ୍ୟ କେତେକ କହିଛନ୍ତି। ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories