www.samajalive.in
Monday, December 15, 2025
27.1 C
Bhubaneswar

ପତଞ୍ଜଳି ଆୟୁର୍ବେଦକୁ ୧୦ ଲକ୍ଷ ଟଙ୍କା ଜୋରିମାନା; ୨୧ ତାରିଖ ସୁଦ୍ଧା ଜମା ଦେବାକୁ ମାଡ଼୍ରାସ ହାଇକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ଯୋଗ ଗୁରୁ ତଥା ପତଞ୍ଜଳିର ପ୍ରତିଷ୍ଠାତା ବାବା ରାମଦେବଙ୍କ ପାଇଁ  ଖରାପ ଖବର । ମାଡ଼୍ରାସ ହାଇକୋର୍ଟ ଗୁରୁବାର ପତଞ୍ଜଳି ଆୟୁର୍ବେଦ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା କରିବା ସହ ୨୧ ତାରିଖ ସୁଦ୍ଧା ଏହାକୁ ଜମା ଦେବାକୁ ନିର୍ଦେଶ ଦେଇଛନ୍ତି । ଆଦିର କର୍କଟ ପ୍ରତିଷ୍ଠାନକୁ ୫ ଲକ୍ଷ ଟଙ୍କା ଏବଂ ସରକାରୀ ଯୋଗ ଏବଂ ନେଚୁରୋପାଥି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଅଗଷ୍ଟ ୨୧ ସୁଦ୍ଧା ୫ ଲକ୍ଷ ଟଙ୍କା ଦେବେ ପ୍ରଦାନ କରିବାକୁ ରାୟ ଦେଇଛନ୍ତି ।

ମାଡ୍ରାସ ହାଇକୋର୍ଟ ଗୁରୁବାର ଦିନ ’କରୋନିଲ’ର ଟ୍ରେଡ୍ ମାର୍କ ସମ୍ବନ୍ଧୀୟ ମାମଲାରେ ପତଞ୍ଜଳି ଆୟୁର୍ବେଦଙ୍କ ବିରୋଧରେ ରାୟ ଦେଇଛନ୍ତି।  ପତଞ୍ଜଳି ସଂସ୍ଥା କୋଭିଡ -୧୯ ଚିକିତ୍ସା ପାଇଁ ’କରୋନିଲ’ ନାମରେ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରି ଲାଭାର୍ଜନ ନିମନ୍ତେ ଲକ୍ଷ୍ୟ ରଖିଥିବା ଦୃଷ୍ଟିରୁ ଏହି ଦଣ୍ଡ ଦିଆଯାଇଥିବା ରାୟରେ ଉଲ୍ଲେଖ କରିଛନ୍ତି ।

- Advertisement -

ଚେନ୍ନାଇ ସ୍ଥିତ ଆରୁଦ୍ରା ଇଞ୍ଜିନିୟର୍ସ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଆଗତ ମାମଲାର ବିଚାର କରି ମାଡ଼୍ରାସ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି ।  ଶତାଧିକ ପୃଷ୍ଠାର ଏହି ରାୟରେ ରାମଦେବ ଓ ତାଙ୍କ ସଂସ୍ଥା ସିଧାସଳଖ ’କରୋନିଲ୍’ ଶବ୍ଦକୁ ଉଲ୍ଲଂଘନ କରିଛନ୍ତି। କରୋନା ଭୂତାଣୁ ଉପଶମ ପାଇଁ ‘କରୋନିଲ’ ନାମକୁ ବ୍ୟବହାର କରିବା ଅଯଥାର୍ଥ ବୋଲି ଅଦାଲତ କହିଛନ୍ତି । ଅନ୍ୟପକ୍ଷରେ ଆୟୁଷ ମନ୍ତ୍ରଣାଳୟ ପତଞ୍ଜଳିର କରୋନା ଭୂତାଣୁ ନିବାରଣ ଔଷଧ ‘କରୋନିଲ’ର ପ୍ରସ୍ତୁତ ବିବରଣୀ ଦାଖଲ ନିର୍ଦେଶ ଦେବା ପରେ କମ୍ପାନୀର ମୁଖ୍ୟ ନିର୍ବାହୀ ଆଚାର୍ଯ୍ୟ ବାଳକୃଷ୍ଣ କମ୍ପାନୀର ଦାବି ଅନୁସାରେ ସରକାରଙ୍କୁ ସୂଚନା ପ୍ରଦାନ କରିଛି ବୋଲି ଟ୍ବିଟରରେ ସୂଚନା ଦେଇଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories