www.samajalive.in
Saturday, December 6, 2025
16.1 C
Bhubaneswar

ପିପିଲିରେ ଆଜି ପୁଣି ୭ କରୋନା ସଂକ୍ରମିତ ଚିହ୍ନଟ

ପିପିଲି : ପିପିଲି ଅଞ୍ଚଳରେ ଗୁରୁବାର ୭ଜଣ ପୁରୁଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ଜଣ ଏକ କ୍ୱାରେଣ୍ଟାଇନ୍‍ ସେଣ୍ଟର (ଟିଏମ୍‍ସି)ରେ ଥିବା ବେଳେ ଅନ୍ୟ ୩ଜଣ ଲୋକାଲ୍‍ କେଶ୍‍ ଚିହ୍ନଟ ହୋଇଛନ୍ତି।
ସୂଚନା ଅନୁଯାଇ, ପମସରା ପଞ୍ଚାୟତର କାଇରୀ ଠାରେ ଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ୍‍ ସେଣ୍ଟରରୁ ୪ଜଣ ପୁରୁଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ହାଇଦ୍ରାବାଦ ଫେରନ୍ତା ୨୭ ବର୍ଷିୟ ଯୁବକ ହୋଇଥିବା ବେଳେ ଦ୍ୱିତୀୟ ଜଣକ ଯଶୁଆପୁର ପଞ୍ଚାୟତର ମୁମ୍ବାଇ ଫେରନ୍ତା ୨୩ ବର୍ଷିୟ ଯୁବକ, ତୃତୀୟ ଜଣକ ପମସରା ପଞ୍ଚାୟତର ଏକ ଗ୍ରାମର ପଶ୍ଚିମବଙ୍ଗ ଫେରନ୍ତା ୫୩ବର୍ଷିୟ ପୁରୁଷ ହୋଇଥିବା ବେଳେ ଚତୁର୍ଥ ଜଣକ ସରସ୍ୱତୀପୁର ପଞ୍ଚାୟତର ମହାରାଷ୍ଟ୍ର ରାୟଗଡ ଫେରନ୍ତା ୨୪ ବର୍ଷିୟ ଯୁବକ ଅଟନ୍ତି। ଗତ ୨ ତାରିଖ ଦିନ ଏମାନଙ୍କ କୋଭିଡ୍‍ ପରୀକ୍ଷା ପାଇଁ ସ୍ୱାବ୍‍ ସଂଗ୍ରହ କରାଯାଇଥିବା ବେଳେ ରିପୋର୍ଟ ପଜେଟିଭ୍‍ ଆସିଥିଲା। ସେହିପରି ପମସରା ପଞ୍ଚାୟତର ଏକ ଗ୍ରାମର ଜଣେ ୪୮ ବର୍ଷିୟ ପୁରୁଷ ଭୁବନେଶ୍ୱରରେ ଏକ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ୟ୍ୟ କରୁଥିବା ବେଳେ ତାଙ୍କ ଶରୀର ଅସୁସ୍ଥତା କାରଣରୁ ସେ ଏକ ଘରୋଇ ହସ୍‍ପିଟାଲ୍‍ରେ ନିଜର କୋଭିଡ୍‍ ପରୀକ୍ଷା କରାଇଥିଲେ। ଆଜି ତାଙ୍କ ରିପୋର୍ଟ ପଜେଟିଭ୍‍ ଆସିଥିଲା। ସେହିପରି ଭୁବନେଶ୍ୱରର ୧ନଂ ମାର୍କେଟ୍‍ରେ ପରିବା ହୋଲ୍‍ସେଲିଂ ଦୋକାନ କରିଥିବା ପିପିଲି ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ଏକ ଗ୍ରାମର ଜଣେ ୩୬ବର୍ଷିୟ ଯୁବକ କରୋନା ପଜେଟିଭ୍‍ ଚିହ୍ନଟ ହୋଇଛନ୍ତି। ସେ ଗତ କିଛିଦିନ ଧରି ଅସୁସ୍ଥ ଥିବା ବେଳେ କ୍ୟାପିଟାଲ୍‍ ହସ୍‍ପିଟାଲ୍‍ରେ ନିଜର କୋଭିଡ୍‍ ପରୀକ୍ଷା କରାଇଥିଲେ ଓ ଆଜି ରିପୋର୍ଟ ପଜେଟିଭ୍‍ ଆସିଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ୬ଜଣ ସଂକ୍ରମିତଙ୍କୁ ଆଜି ନିମାପଡା ସ୍ଥିତ କୋଭିଡ୍‍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇ ସେଠାରେ ସେମାନଙ୍କ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ସେହିପରି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାର କର୍ମଚାରୀ ଥିବା ପିପିଲି ପୌରାଞ୍ଚଳର ଜଣେ ୨୯ ବର୍ଷିୟ ଯୁବକ ମଧ୍ୟ କରୋନା ପଜେଟିଭ୍‍ ଚିହ୍ନଟ ହୋଇଛନ୍ତି। ତାଙ୍କ ଶରୀର ଅସୁସ୍ଥ ହେବାରୁ ସେ ଉକ୍ତ ହସ୍‍ପିଟାଲ୍‍ରେ ନିଜର କୋଭିଡ୍‍ ପରୀକ୍ଷା କରାଇଥିଲେ ଓ ରିପୋର୍ଟ ପଜେଟିଭ୍‍ ଆସିଥିଲା। ଏବେ ସେ ଉକ୍ତ ହସ୍‍ପିଟାଲ୍‍ରେ କ୍ୱାରେଣ୍ଟାଇନ୍‍ରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ତେବେ ଲୋକାଲ୍‍ କେଶ୍‍ ଥିବା ୩ଜଣଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ କୋଭିଡ୍‍ ପରୀକ୍ଷା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories