www.samajalive.in
Saturday, December 6, 2025
16.1 C
Bhubaneswar

ହାଇସ୍କୁଲରେ ଯୁକ୍ତ ୨ ଖୋଲିବାକୁ ଜାଗ୍ରତ କନ୍ଧମାଳର ଦାବି

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବିଭିନ୍ନ ହାଇସ୍କୁଲରେ ଯୁକ୍ତ ୨ ପାଠ୍ୟକ୍ରମ ଖୋଲିବାକୁ ଜାଗ୍ରତ କନ୍ଧମାଳ ସଂଗଠନ ପକ୍ଷରୁ ଦାବି କରିଛି। ସଂଗଠନ ପକ୍ଷରୁ ଏନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠା ଯାଇଛି। ସରକାର ବିଭିନ୍ନ ହାଇସ୍କୁଲରେ ଯୁକ୍ତ ୨ ପାଠ୍ୟକ୍ରମ ଆରମ୍ଭ କରିବାକୁ ସ୍ଥିର କରିଥିଲେ। ଏହି କ୍ରମରେ ଦାରିଙ୍ଗବାଡି ବାଳକ ହାଇସ୍କୁଲ ଓ କୋଟଗଡ ହାଇସ୍କୁଲରେ ଯୁକ୍ତ ଦୁଇ ଖୋଲା ଯାଇଛି। ତେବେ ଫୁଲବାଣୀ ବ୍ଲକ ବଇଡା ଠାରେ ଥିବା ଦିନାରସିଂ ହାଇସ୍କୁଲ, ଖଜୁରିପଡାର ରଣପାଟୁଳି ହାଇସ୍କୁଲ, କେ ନୁଆଗାଁ ବ୍ଲକର କୁଡୁତୁଲି ବାଳିକା ହାଇସ୍କୁଲରେ ଯୁକ୍ତ ୨ ଖୋଲିବା ପାଇଁ କୋଠା ନିର୍ମାଣ ସରି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନାମ ଲେଖା ବିଜ୍ଞାପନ ପ୍ରକାଶ ପାଇନାହିଁ। ଅନ୍ୟ ପକ୍ଷରେ ତୁମୁଡିବନ୍ଧ ବ୍ଲକର ଗୁମା ହାଇସ୍କୁଲ ଓ ବାଲିଗୁଡା ବ୍ଲକର ବଡଗାଁ ବାଳିକା ହାସଇସ୍କୁଲରେ ଯୁକ୍ତ ୨ ଖୋଲିବା ପାଇଁ କୋଠା ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲେ ମଧ୍ୟ ନିର୍ମାଣ ଆରମ୍ଭ ହୋଇ ନାହିଁ। ତେଣୁ ତୁରନ୍ତ କୋଠା ନିର୍ମାଣ ସରିଥିବା ସ୍କୁଲରେ ଯୁକ୍ତ ୨ ଆରମ୍ଭ କରିବା ଏବଂ ନିର୍ମାଣ ହୋଇନଥିବା ସ୍କୁଲରେ ଶିଘ୍ର ନିର୍ମାମ କାର୍ଯ୍ୟ ସାରି ଯୁକ୍ତ ୨ ପାଠ୍ୟକ୍ରମ ଆରମ୍ଭ କରିବାକୁ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ସାଧାରଣ ସମ୍ପାଦକ ବିଚିତ୍ର ବିଜୟ ପ୍ରଧାନ ଓ ସଂଗଠନ ସମ୍ପାଦକ ସତ୍ୟନାରାୟଣ ବେହେରା ଓ ଅନ୍ୟମାନେ ପ୍ରମୁଖ ଦାବି କରି ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories