www.samajalive.in
Sunday, December 7, 2025
18.1 C
Bhubaneswar

ଭାରତରେ ୧୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୪.୪ ଲକ୍ଷରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୪ ହଜାର ଅତିକ୍ରମ କରିଛି। ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ ମୋଟ ୧୪ ହଜାର ୧୧ ଜଣ ଏହି ମହାମାରୀ ଭୂତାଣୁରେ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୩୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୪ ହଜାର ୯୩୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୪୦ ହଜାର ୨୧୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧ ଲକ୍ଷ ୭୮ହଜାର ୧୪ ରୋଗୀ ସକ୍ରିୟ ଥିବାବେଳେ ୨ ଲକ୍ଷ ୪୮ ହଜାର ୧୯୦ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ୭୯୬ରେ ପହଞ୍ଚିଥିବାବେଳେ ସର୍ବାଧିକ ୬୨୮୩ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ୬୨ ହଜାର ୬୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୨୩୩ ଜଣ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ତାମିଲନାଡୁରେ ୬୨ ହଜାର ୮୭ କରୋନା ସଂକ୍ରମିତ ଏବଂ ୭୯୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୨୭ ହଜାର ୮୮୦କୁ ବୃଦ୍ଧି, ୧୬୮୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଉତ୍ତରପ୍ରଦେଶରେ ୧୮ ହଜାର ୩୨୨ ସଂକ୍ରମିତ ଓ ୫୬୯ ମୃତ, ପଶ୍ଚିମବଙ୍ଗରେ ୧୪ହଜାର ୩୫୮ ଆକ୍ରାନ୍ତ ଓ ୫୬୯ ମୃତ, ହରିୟାଣାରେ ୧୧ ହଜାର ୨୫ ଆକ୍ରାନ୍ତ ଏବଂ ୧୬୯ ମୃତ, ଆନ୍ଧ୍ରପ୍ରଦଶେରେ ୯୩୭୨ ଆକ୍ରାନ୍ତ ଏବଂ ୧୧୧ ମୃତ, ତେଲେଙ୍ଗାନାରେ ୮୬୭୪ ସଂକ୍ରମିତ ଓ ୨୧୭ ମୃତ, କର୍ଣ୍ଣାଟକରେ ୯୩୯୯ ଆକ୍ରାନ୍ତ ଓ ୧୪୨ ମୃତ, ରାଜସ୍ଥାନରେ ୧୫ ହଜାର୨୩୨ ଆକ୍ରାନ୍ତ ଓ ୩୫୬ ମୃତ, ଜାମ୍ମୁ-କାଶ୍ମୀରରେ ୬୦୮୮ ସଂକ୍ରମିତ ଓ ୮୫ ମୃତ, ମଧ୍ୟପ୍ରଦେଶରେ ୧୨ ହଜାର ୭୮ ସଂକ୍ରମିତ ଓ ୫୨୧ ମୃତ, ବିହାରରେ ୭୮୯୩ ଆକ୍ରାନ୍ତ ଓ ୫୨ ମୃତ, ଆସାମରେ ୫୮୫୩ ଆକ୍ରାନ୍ତ ଓ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories