www.samajalive.in
Monday, December 15, 2025
15.1 C
Bhubaneswar

ଓଡିଶା ଔଷଧ ନିଗମ ମହାଦୁର୍ନୀତିରେ ବୁଡି ରହିଛି:ସୁଦର୍ଶନ ଦାସ

ଭୁବନେଶ୍ୱର: ଓଡିଶା ଲୋକାୟୁକ୍ତଙ୍କ ପାଖରେ ମହାମାରୀ ସମୟରେ ହୋଇଥିବା ମହାଦୁର୍ନୀତିର ଅଭିଯୋଗର ପ୍ରଥମ ଶୁଣାଣି ଆଜି ପୂର୍ବାହ୍ନ ୧୧ ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଆବେଦନକାରୀ ସୁଦର୍ଶନ ଦାସ ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠ ସମ୍ମୁଖରେ ଯୁକ୍ତି ସହିତ ତଥ୍ୟ ଉପସ୍ଥାପନ କରିଛନ୍ତି। କରୋନା ମହାମାରୀ ସମୟରେ ଓଡିଶା ସରକାରଙ୍କ ଅଧିନସ୍ଥ ଓଡିଶା ଔଷଧ ନିଗମ ମହାଦୁର୍ନୀତିରେ ବୁଡି ରହିଛି। ମାସ୍କ କିଣାରେ ବ୍ୟାପକ ଦୁର୍ନୀତି ହେବାର ସ୍ପଷ୍ଟ ପ୍ରମାଣ ରହିଛି। ଏହା ସହିତ ଟେଷ୍ଟିଂ କିଟ୍, ରିୟଲ ଟାଇମ୍ ପିସିଆର, ରାପିଡ୍ ଟେଷ୍ଟିଂ ମେସିନ୍, ବାଇପାପ ମେସିନ, ପିପିଇ, ନେବୁଲାଇଜର ଇତ୍ୟାଦି ସରଞ୍ଜାମ କିଣାରେ ମଧ୍ୟ ଦୁର୍ନୀତି ହୋଇଥିବାର ଅଭିଯୋଗ ପଛରେ ସତ୍ୟତା ରହିଛି ବୋଲି କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି।
ଓଡିଶା ଔଷଧ ନିଗମରେ ହୋଇଥିବା ଏହି ଦୁର୍ନୀତିର ନିରପେକ୍ଷ ତଦନ୍ତ ତଥା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କଂଗ୍ରେସ ନେତା ସୁଦର୍ଶନ ଦାସ ଗତ ୧୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ ଏକ ପିଟିସନ ଦାଖଲ କରିଥିଲେ। ତା’ର ଆଜି ପ୍ରଥମ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଶ୍ରୀ ଦାସ ଉପରୋକ୍ତ ଅଭିଯୋଗଗୁଡିକ ଉପରେ ତଥ୍ୟ ସହିତ ତାଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ। ସରକାରଙ୍କ ପକ୍ଷରୁ ଏହି ଅଭିଯୋଗ ସଂକ୍ରାନ୍ତରେ କୌଣସି ସ୍ପଷ୍ଟୀକରଣ ଦିଆନଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଥିଲେ। ଲୋକାୟୁକ୍ତ ଅଧ୍ୟକ୍ଷ ନ୍ୟାୟମୂର୍ତି ଅଜିତ୍ ସିଂହଙ୍କ ଅଧ୍ୟକ୍ଷତାରେ ଆର୍.ପି. ଶର୍ମା ଓ ବି.କେ ନାୟକଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଶ୍ରୀ ଦାସଙ୍କର ତଥ୍ୟ ସମ୍ବଳିତ ଯୁକ୍ତି ଶୁଣିବା ପରେ ଅପରପକ୍ଷଙ୍କୁ ତାଙ୍କର ମତ ରଖିବା ପାଇଁ ନୋଟିସ ଜାରି କରିଛନ୍ତି। ଆଜିର ଏହି ଶୁଣାଣି ସମୟରେ ଶ୍ରୀ ଦାସଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଓ ଯଜ୍ଞେଶ୍ବର ବାବୁ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories