କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକରେ ସୋମବାର ଅପରାହ୍ନ ୪.୪୦ଟା ସମୟରେ ମୃଦୁ ଭୂମି କମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ହୋଇଥିବା ଜଣାପଡିଛି। ଭୂମିକମ୍ପ ହେବା ଫଳରେ ଲୋକେ ଭୟଭିତ ହୋଇ ଘରୁ ବାହାରକୁ ଦୌଡି ପଳାଇଥିଲେ। ଏଥିରେ ବର୍ତ୍ତମାନ ସୁଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନଥିବା ବେଳେ ଏହା କାଶୀପୁର ସଦରମହକୁମା ସହ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିବା ସୂଚନା ମିଳିଛି।
Popular Categories



