ଜୀବନ ଧର୍ମ

0

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ସକଳ ପ୍ରକାର ପ୍ରଚେଷ୍ଟା ବ୍ୟର୍ଥ ହୋଇଥିଲା, ନ୍ୟାଯ୍ୟ ପ୍ରାପ୍ୟ ପ୍ରଦାନ କରି ସମ୍ଭାବ୍ୟ ଯୁଦ୍ଧର ଆଶଙ୍କାକୁ ଏଡ଼ାଇବା ନିମନ୍ତେ ପାଣ୍ଡବମାନଙ୍କ ପକ୍ଷରୁ ଚକ୍ରଧାରୀ ଶ୍ରୀକୃଷ୍ଣଙ୍କ ସବୁ ଉଦ୍ୟମ ବ୍ୟର୍ଥ ହୋଇଥିଲା। ଶେଷରେ ମାତ୍ର ପାଞ୍ଚଖଣ୍ଡ ପଡ଼ା ମାଗିଥିଲେ ପ୍ରାପ୍ୟ ହିସାବରେ। ହେଲେ ମାନୀ ଦୁ​‌େ​‌ର୍ଯ୍ୟାଧନ ବିନା ଯୁଦ୍ଧରେ ସୂଚ୍ୟଗ୍ର ପରିମିତ ମେଦିନୀ ମଧ୍ୟ ​‌େ​‌ଦବେ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଥିଲେ।
ନିରାଶ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ ଶ୍ରୀକୃଷ୍ଣ। ଏହା ସହିତ ଶାନ୍ତି ସ୍ଥାପନର ସକଳ ଉଦ୍ୟମ ବ୍ୟର୍ଥ ହୋଇଥିଲା, ଯୁଦ୍ଧ ଅବଶ୍ୟମ୍ଭାବୀ ହୋଇ ପଡ଼ିଥିଲା।
କୃଷ୍ଣଙ୍କଠାରୁ ସାରା ବୃତ୍ତାନ୍ତ ଶୁଣିବାପରେ ପାଣ୍ଡବ ଜନନୀ କୁନ୍ତୀ ହତୋତ୍ସାହ ହୋଇ ନଥିଲେ। ବୀର ପ୍ରସବିନୀ ଜନନୀ ଥିଲେ ସେ। ଜଣେ ବୀରା ରମଣୀ, କ୍ଷତ୍ରିୟନାରୀ ହିସାବରେ କୃଷ୍ଣଙ୍କୁ କହିଥିଲେ- ହେ କୃଷ୍ଣ! ତୁମେ ଯାଅ, ଯୁଧିଷ୍ଠିରଙ୍କୁ କୁହ ସେ ଧର୍ମ ଯୁଦ୍ଧପାଇଁ ପ୍ରସ୍ତୁତ ହୁଅନ୍ତୁ। ଯୁଦ୍ଧ କ୍ଷତ୍ରିୟର ଧର୍ମ। ହାରିଲେ ମୃତ୍ୟୁ, ଆଉ ଏହି ଧର୍ମଯୁଦ୍ଧରେ ବିଜୟୀ ହେଲେ ବୀରଭୋଗ୍ୟା ବସୁନ୍ଧରା କରାୟତ୍ତ ହେବ। ମୃତ୍ୟୁକୁ ଭ୍ରୂକ୍ଷେପ ନକରି ଅତ୍ୟାଚାରର ମୂଳୋତ୍ପାଟନ କରନ୍ତୁ, ଅତ୍ୟାଚାରୀକୁ ​‌େ​ଶଷ କରିଦିଅନ୍ତୁ। ରାଷ୍ଟ୍ରର ଆଧାର ହେଲା ଧର୍ମ। ଏହି ଧର୍ମ ରକ୍ଷାରେ ଜୀବନମୃତ୍ୟୁ ଯୁକ୍ତ ହୋଇ ରହିଛି। ତୁମେ ଅର୍ଜୁନ, ଭୀମଙ୍କୁ ମଧ୍ୟ ମୋର ସନ୍ଦେଶ ଦିଅ। ଧର୍ମ ଓ କର୍ତ୍ତବ୍ୟର ବେଦୀଉପରେ ଆତ୍ମବଳିଦାନର ଦିନ ନିକଟ ହୋଇ ଆସିଲାଣି। ଏଭଳି ଏକ ଦୁଃସ୍ଥିତିରେ କ୍ଷତ୍ରିୟ ବୀର ସିଂହଭଳି ଯୁଦ୍ଧକୁ ଲମ୍ଫ ପ୍ରଦାନ କରିବା ଉଚିତ। ଭୀରୁ, କାପୁରୁଷ ଭାବରେ ଅନ୍ୟାୟ, ଅତ୍ୟାଚାରକୁ ମୁଣ୍ଡପାତି ସହିଯିବା ଉଚିତ ନୁହେଁ। ଧର୍ମରକ୍ଷା ନିମନ୍ତେ ଯୁଦ୍ଧରେ ବୀରଗତି ପ୍ରାପ୍ତ ହେଲେ ଏହା କ୍ଷତ୍ରିୟ ସୁଲଭ ଆଚରଣ ହେବ। ଆଉ ଯଦି ଏକୁ ଆରେକ ବଳବାନ ଯୋଦ୍ଧା ହୋଇ ପାଣ୍ଡବମାନେ କୌରବମାନଙ୍କର ଏତାଦୃଶ ଅନ୍ୟାୟ, ଦାମ୍ଭିକତା ତଥା ଔଦ୍ଧତ୍ୟକୁ ମଥାପାତି ସହିନେବେ ତେବେ ଧର୍ମ ପୃଥିବୀପୃଷ୍ଠରୁ ଲୋପ ପାଇଯିବ। ଧର୍ମରକ୍ଷା ନିମନ୍ତେ ବୀରଭଳି ଯୁଦ୍ଧ ଭୂମିରେ ଅବତୀର୍ଣ୍ଣ ​‌େ​‌ହବା ପ୍ରତ୍ୟେକ କ୍ଷତ୍ରିୟର ଜୀବନ ଧର୍ମ। ମା’ ଭାବରେ ମୁଁ ଏତିକି କହିବି ବର୍ତ୍ତମାନ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେବାର ସମୟ ଉପଗତ। ଭୀରୁ, କାତରତାପୂର୍ଣ୍ଣ ଜୀବନ ନିର୍ବାହ କରିବା ଅପେକ୍ଷା ଜଣେ କ୍ଷତ୍ରିୟ ମାତା ଭାବରେ ମୁଁ ଏହା ଚାହୁଁଛି ମୋର ପୁଅମାନେ କ୍ଷତ୍ରିୟ ଧର୍ମପାଳନ କରନ୍ତୁ। ବୀରଗତି ପ୍ରାପ୍ତ ହେଲେ ଏହା ସେମାନଙ୍କର ସୌଭାଗ୍ୟ ହେବ।
କର୍ମଯୋଗୀ ଶ୍ରୀକୃଷ୍ଣ ମାତା କୁନ୍ତୀଙ୍କର ଏହି ଉତ୍ସାହପୂର୍ଣ୍ଣ ବାଣୀରେ ଏତେ ପ୍ରଭାବିତ ହୋଇଥିଲେ ଯେ ଏହାକୁ ସେ ଭଗବତ ଗୀତାରେ ‘କର୍ମଯୋଗ’ର ଆଧାର ଭାବରେ ଗ୍ରହଣ କରି ନେଇଥିଲେ। ଜଣେ ମା’ଙ୍କର ଏହି ଉକ୍ତି ଆଜି ମଧ୍ୟ ନିଃସନ୍ଦେହରେ ଉପାଦେୟ ପ୍ରତ୍ୟେକ ଜନନୀଙ୍କ ଲାଗି।

kalyan agarbati
Leave A Reply