କଟକ ଏନ୍ଏଲ୍ୟୁ ଦେଶରେ ତୃତୀୟ
କଟକ : କଟକର ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍ଏଲ୍ୟୁ) ସମଗ୍ର ଦେଶରେ ତୃତୀୟ ସ୍ଥାନରେ ରହିଛି। ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେରେ ସର୍ବାଧିକ ୨୦୦୦ ନମ୍ବରରୁ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ୧,୪୧୦ ନମ୍ବର ରଖି ସର୍ବଭାରତୀୟସ୍ତରରେ ଏହି ସଫଳତା ହାସଲ କରିଛି। ବେଙ୍ଗାଲୁରୁର ନ୍ୟାସନାଲ ଲ’ ସ୍କୁଲ ଅଫ ଇଣ୍ଡିଆ ୟୁନିଭରସିଟି ଆଇନ ବିଶ୍ୱବିଦ୍ୟାଳୟ ତାଲିକାର ଶୀର୍ଷରେ ରହିଥିବାବେଳେ ପଶ୍ଚିମବଙ୍ଗ ନ୍ୟାସନାଲ ୟୁନିଭରସିଟି ଅଫ ଜୁରିଡିକାଲ ସାଇନ୍ସ ଦ୍ୱିତୀୟ ସ୍ଥାନରେ ଅଛି। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ତୃତୀୟରେ ଥିବାବେଳେ ପଞ୍ଜାବର ରାଜୀବ ଗାନ୍ଧି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ୪ର୍ଥ ଏବଂ କୋଚିର ଦି ନ୍ୟାସନାଲ ୟୁନିଭରସିଟି ଅଫ ଆଡଭାନ୍ସଡ ଲିଗାଲ ଷ୍ଟଡିଜ ୫ମ ସ୍ଥାନରେ ରହିଛି। ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ବିଶ୍ୱବିଦ୍ୟାଳୟଗୁଡିକର ଶିକ୍ଷାଦାନ ସହିତ ମୋଟ ୭ଟି ବିଷୟକୁ ନେଇ ମୂଲ୍ୟାୟନ କରାଯାଇଥିଲା। ଏହି ତାଲିକାରେ ନାଲସାର, ଏନଏଲୟୁ ଏବଂ ଜିଏନଏଲୟୁ ଅଂଶଗ୍ରହଣ କରିନଥିଲେ। ଜାତୀୟସ୍ତରରେ ଓଡ଼ିଶାର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବାରୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡଃ ଶ୍ରୀକ୍ରିଷ୍ଣା ଦେବ ରାଓ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଦୀପକ ମିଶ୍ର, ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ ଶରଣ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।