ମୁମ୍ବଇ ସବୁଠୁ ବ୍ୟୟବହୁଳ ସହର, କଲକତା ଶସ୍ତା

0

ମୁମ୍ବାଇ : ରହଣୀ ଖର୍ଚ୍ଚ ମାମଲାରେ ମୁମ୍ବଇ ଭାରତର ସର୍ବାଧିକ ବ୍ୟୟବହୁଳ ସହରର ମାନ୍ୟତା ପାଇଛି। ମର୍ସର ନାମକ ଅନ୍ତର୍ଜାତୀୟ ସଂସ୍ଥାର ସର୍ଭେ ଅନୁସାରେ ବିଶ୍ୱର ବ୍ୟୟବହୁଳ ସହର ମଧ୍ୟରେ ମୁମ୍ବଇ ୫୫ ନମ୍ବର ସ୍ଥାନରେ ରହିଛି। ଅର୍ଥାତ ଏହି ତାଲିକାରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ (୫୮) ଏବଂ ୟୁରୋପର ଫ୍ରାଙ୍କଫୁଟ୍‍ (୬୮)କୁ ପଛରେ ପକାଇ ମୁମ୍ବଇ (୫୫) ଅଧିକ ବ୍ୟୟବହୁଳ ସହରର ହୋଇଛି। ଭାରତର ସବୁଠୁ ଶସ୍ତା ସହର ଭାବେ କଲକାତା ତାଲିକାର ୧୮୨ ନମ୍ବର ସ୍ଥାନରେ ରହିଛି। ଏହି ତାଲିକାରେ ଭାରତର ୬ଟି ସହର ରହିଛନ୍ତି। ହଂକଂକୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ ସହର ବୋଲି ଦର୍ଶାଯାଇଛି। ଏହା ପଛକୁ ଜାପାନର ଟୋକିଓ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବାବେଳେ ସ୍ୱିଜରଲାଣ୍ଡର ଜୁରିଚ୍‍ ତୃତୀୟ, ମାଲେସିୟାର ସିଙ୍ଗାପୁର ଚତୁର୍ଥ ଏବଂ ଦକ୍ଷିଣ କୋରିଆର ସିଓଲ ପଞ୍ଚମ ସ୍ଥାନରେ ରହିଛନ୍ତି। ଭାରତୀୟ ସହର ଭାବେ ତାଲିକାରେ ମୁମ୍ବଇ ୫୫ ନମ୍ବର ସ୍ଥାନରେ ଥିବାବେଳେ ରାଜଧାନୀ ଦିଲ୍ଲୀ ୧୦୩, ଚେନ୍ନଇ ୧୪୪, ବେଙ୍ଗାଲୁରୁ ୧୭୦ ଏବଂ କଲକାତା ୧୮୨ ନମ୍ବର ସ୍ଥାନରେ ରହିଛନ୍ତି। ମର୍ସର ପକ୍ଷରୁ ବିଶ୍ୱରେ ଜୀବନଧାରଣ ଲାଗି ଆବଶ୍ୟକ ଖର୍ଚ୍ଚ ପରିମାଣ ଉପରେ ଏକ ସର୍ଭେ କରାଯାଇଥିଲା। ଏହି ସର୍ବେକ୍ଷଣରେ ବିଶ୍ୱର ୨୦୯ଟି ସହରକୁ ସାମିଲ କରାଯାଇଥିଲା। ସବୁ ସହରର ୨୦୦ଟି ସାମଗ୍ରୀ ମୂଲ୍ୟ ତୁଳନା ଆଧାରରେ ତାଲିକା ପ୍ରସ୍ତୁତ କରାଯାଇଥିଲା। ସର୍ଭେରେ ସାମିଲ ଭାରତର ସର୍ବାଧିକ ମହଙ୍ଗା ଦର ୫.୫୭% ରେକର୍ଡ କରାଯାଇଛି। ଏଥିରେ ବିଭିନ୍ନ ସହରରେ ଛେନା, ଘିଅ, ମାଂସ ଭଳି ଖାଦ୍ୟ ସାମଗ୍ରୀ, ପେଟ୍ରୋଲ, ଡିଜେଲ ଏବଂ ମଦ ଆଦି ସାମଗ୍ରୀର ଦର ଓ ଦର ବୃଦ୍ଧି ପାଇଥିବାରୁ ଜୀବନଧାରଣ ଖର୍ଚ୍ଚ ବୃଦ୍ଧି ପାଇଥିବା ଉଲ୍ଲେଖ କରାଯାଇଛି।

prayash

ଭାରତୀୟ ସହର ଏବଂ ତାଲିକାରେ ସ୍ଥାନ
ମୁମ୍ବଇ ୫୫
ଦିଲ୍ଲୀ ୧୦୩
ଚେନ୍ନଇ ୧୪୪
ବେଙ୍ଗାଲୁରୁ ୧୭୦
କଲକାତା ୧୮୨

kalyan agarbati
Leave A Reply