www.samajalive.in
Friday, December 5, 2025
20.1 C
Bhubaneswar

‘୨୦୨୦ ନିର୍ବାଚନ ଜିତିବାକୁ ଚୀନର ସହାୟତା ଲୋଡ଼ିଛନ୍ତି ଟ୍ରମ୍ପ’

ୱାଶିଂଟନ: ଆମେରିକାରେ ଚଳିତବର୍ଷ ହେବାକୁ ଥିବା ନିର୍ବାଚନରେ ବିଜୟୀ ହେବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନର ସହାୟତା ଲୋଡ଼ିଛନ୍ତି। ଏଭଳି ବିସ୍ଫୋରକ ତଥ୍ୟ ପ୍ରକାଶ କରିଛନ୍ତି ଟ୍ରମ୍ପଙ୍କ ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଜନ୍‌ ବୋଲଟ୍‌ନ। ଟ୍ରମ୍ପ ନିଜର ଚୀନ ପ୍ରତିପକ୍ଷ ସି ଜିନ୍‌ପିଙ୍ଗଙ୍କୁ ବ୍ୟକ୍ତିଗତ ଭାବେ ନିର୍ବାଚନରେ ସହଯୋଗ କରିବାକୁ କହିଥିବା ବୋଲ୍‌ଟନ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ଆଗାମୀ ଦିନରେ ପ୍ରକାଶ ପାଇଥିବାକୁ ଥିବା ବୋଲଟନ୍‌ଙ୍କ ପୁସ୍ତକ ‘ଦ ରୁମ୍‌ ହୋୟାର ଇଟ୍‌ ହାପେନ୍‌ଡ: ଏ ହ୍ବାଇଟ୍‌ ହାଉସ୍‌ ମେମୋୟର’ର କିଛି ଅଂଶ ୱାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶିତ ହୋଇଛି। ଏଥିରେ ଲେଖାଯାଇଛି ଯେ, ଗତବର୍ଷ ଜୁନରେ ଓସାକାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ଟ୍ରମ୍ପ ଏବଂ ଜିନ୍‌ପିଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।  ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଆଶ୍ଚର୍ଯ୍ୟଜନକ ଭାବେ ଏହି ଆଲୋଚନାରେ ୨୦୨୦ ନିର୍ବାଚନ କଥା ଉଠାଇଥିଲେ। ଏହି ଅବସରରେ ଟ୍ରମ୍ପ ବ୍ୟକ୍ତିଗତ ଭାବେ ନିର୍ବାଚନ ପାଇଁ ଜିନପିଙ୍ଗ୍‌ଙ୍କୁ ସହାୟତା ମାଗିଥିଲେ। ଏହା ପରେ ପୁଣି ଦୁଇ ଦେଶର ବାଣିଜ୍ୟିକ ସମ୍ପର୍କ ଉପରେ ଆଲୋଚନା ହୋଇଥିଲା ବୋଲି ପୁସ୍ତକରେ ଉଲ୍ଲେଖ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories