www.samajalive.in
Saturday, December 6, 2025
14.1 C
Bhubaneswar

ସୁନା ହଣ୍ଡା ପାଇଁ ନରବଳି ଉଦ୍ୟମ ; ୧୧ ଅଟକ

ହରଭଙ୍ଗା : ବୌଦ୍ଧଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ କଂରଜକଟା ଗ୍ରାମ ହରିଜନସାହିରେ ବୁଧୁବାର ବିଳମ୍ବିତ ରାତ୍ରିରେ ସୁନା ହଣ୍ଡା ଖୋଳିବାକୁ ଯାଇଥିବା ୧୧ଜଣଙ୍କୁ ପୁରୁଣା କଟକ ପୁଲିସ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।ଏମାନଙ୍କ ମଧ୍ୟରେ ପୋଡଶୀ କନ୍ଧମାଳ ଜିଲାର ୨ଜଣ, ଢେଙ୍କାନାଳର ଜଣେ ,ବ୍ରହ୍ମପୁରର ଜଣେ, ଭଂଜନଗର ଜଣେ ସାଙ୍ଗକୁ ଜଣେ ଥାନା ଛାଟିଆ ସହିତ ଅନ୍ୟ ୫ଜଣ ରହିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ ଏମାନେ ଜନୈକ ବ୍ୟକ୍ତି ଘର ପଛପଟେ ପୂଜାପାଠ କରି ସୁନାହଣ୍ଡା ଖୋଳୁଥିବା ଗାଁ ଲୋକେ କୌଣସି ମତେ ଖବର ପାଇ ଏମାନଙ୍କୁ କାବୁ କରିବା ସହିତ ଉତମ ମଧ୍ୟମ ଦେଇଥିଲେ।ଏ ନେଇ ରାତିରେ ପୁରୁଣାକଟକ ପୁଲିସକୁ ଖବର ପରେ ପୁଲିସ ସେମାନଙ୍କୁ ଆଣି ଥାନାରେ ଅଟକ ରଖି ପଚାରାଉଚରା ଚଳେଇଛି।ହଣ୍ଡା ପାଇଁ ନର ବଳି ପାଇଁ ଏମାନେ ରାତିରେ ଛୁଆ ଖୋଜୁଥିବା ଭଳି ଏକ ସାଂଘାତିକ ଅଭିଯୋଗ ଗାଁ ଲୋକେ କରିଛନ୍ତି।ପୁରୁଣାକଟକ ପୁଲିସ ଘଟଣାର ଛାନଭିନ ଚଳେଇଥିବା ପୁରୁଣାକଟକ ଆଇ.ଆଇ.ସି ଜ୍ୟୋସ୍ନା କାଉଁରୀ କହିଛନ୍ତି।ପୂର୍ବରୁ ଏମାନେ ଅନ୍ୟ କେତେକ ସ୍ଥାନରେ ସୁନା ହଣ୍ଡା ଖୋଜୁଥିବା ଖବର ହସ୍ତଗତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories