www.samajalive.in
Friday, December 5, 2025
20.1 C
Bhubaneswar

ବିଶ୍ୱ ପିତୃ ଦିବସ : ଈଶ୍ୱରଙ୍କ ସାକ୍ଷାତ ସ୍ୱରୂପ ‘ପିତା’

ପିତା ଧର୍ମ ପିତା କର୍ମ
ପିତା ହିଁ ପରମ ତପ
ପିତାରେ ପ୍ରିତିମା ପନ୍ନେ
ପ୍ରିୟନ୍ତି ସର୍ବ ଦେବତା।
ଶ୍ଲୋକଟି ଶୁଣିବାକୁ କାନକୁ ଯେପରି ସୁମଧୁର ଲାଗୁଛି। ଏହାର ଯର୍ଥାତ ମଧ୍ୟ ସେଭଳି ଖୁବ ମହତ୍ୱପୂର୍ଣ୍ଣ ଓ ହୃଦୟସ୍ପର୍ଶୀ। ଏହାର ଅର୍ଥାନୁଯାୟୀ ପିତାଙ୍କୁ ସ୍ନେହ, ଭକ୍ତି ଓ ଯର୍ଥାତ ସମ୍ମାନ ଦେବା ଦ୍ୱାରା ପ୍ରଭୁ ଏଥିରେ ଖୁବ ସନ୍ତୁଷ୍ଟ ହୋଇଥାଆନ୍ତି। ପିତାଙ୍କ ସମ୍ମାନ ଭଗବାନଙ୍କ ନିକଟରେ ପ୍ରଣାମ କରିବା ସହ ସମାନ ହୋଇଥାଏ। ଶିଶୁଟି ମଧ୍ୟରେ ଭଗବାନ ପ୍ରାଣ ସଂଚାର କରିଥାଆନ୍ତି , ପ୍ରତ୍ୟେକ ସନ୍ତାନ ହେଉଛନ୍ତି ଈଶ୍ୱରଙ୍କ ସନ୍ତାନ। ମାତ୍ର ସେ ନିଜର ସମସ୍ତ ପିଲାଙ୍କ ନିକଟରେ ସମସ୍ତ ସ୍ଥାନରେ ଓ ସମୟରେ ରହି ତାଙ୍କର ଟିକିନିକି କଥା ସମ୍ପୂର୍ଣ୍ଣ ଭାବେ ବୁଝିବା ପାଇଁ ପ୍ରତି ପିଲାଙ୍କୁ ପିତାମାତା ସ୍ୱରୂପ ଉପହାର ଦେଇଥାଆନ୍ତି। ଯେଉଁପ୍ରକାରେ ସାରା ଦୁନିଆରେ ମା’ଙ୍କୁ ସମ୍ମାନ ଦେବା ପାଇଁ ମାତୃ ଦିବସ (ମଦର୍ସ ଡ଼େ) ପାଳନ କରାଯାଏ, ସେଭଳି ପିତାଙ୍କ ସମ୍ମାନ ଜ୍ଞାପନ କରିବା ପାଇଁ ପିତୃ ଦିବସ ପାଳନ କରାଯାଏ। ଆସନ୍ତା ଜୁନ ୨୧, ବିଶ୍ୱ ପିତୃ ଦିବସ। 
ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ ହୋଇଥାଏ। କିଛି ପିଲା ଏହି ଦିନ ନିଜ ପିତାଙ୍କୁ ବିଭିନ୍ନ ଉପହାର ଦେବା ସହ ତାଙ୍କ ପିତାଙ୍କ ପାଇଁ ହସଖୁସି ଭରା ଅନୁଭୂତି ପ୍ରଦାନ କରିବା ପାଇଁ ଅନ୍ୟ କିଛି ସ୍ୱତନ୍ତ୍ର ଉପାୟରେ ମଧ୍ୟ ପାଳନ କରନ୍ତି। କିଛି ପିଲାମାନେ ଏହି ଦିନ ନିଜ ପିତାଙ୍କ ସହ ସମୟ ଅତିବାହିତ କରିବା ପାଇଁ ବାହାରକୁ ବୁଲିବା ପାଇଁ ମଧ୍ୟ ଯାଆନ୍ତି। ପ୍ରତ୍ୟେକ ପିଲାଙ୍କ ପାଇଁ ଏ ପୃଥିବୀ ପୃଷ୍ଠରେ ପିତା ହେଉଛନ୍ତି ସାକ୍ଷାତ ଈଶ୍ୱରଙ୍କ ରୂପ। ଯେ କି ନିଜ ସନ୍ତାନକୁ ସୁଖ ଓ ଶାନ୍ତି ଦେବା ପାଇଁ କେବେ ମଧ୍ୟ ଭୁଲି ନଥାଆନ୍ତି। ନିଜ ପିଲାଙ୍କ ପାଇଁ ସେ ଦିନ ରାତି ପରିଶ୍ରମ କରିଥାଆନ୍ତି। ଯେପରି ତାଙ୍କ ସନ୍ତାନକୁ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼ୁ। ନିଜ ସନ୍ତାନଙ୍କ ପାଇଁ ସର୍ବଦା ବଳିଦାନ ଦେବା ହିଁ ତାଙ୍କର ମନୋବୃତି। ଏହି ସମସ୍ତ ମହତ ଗୁଣ ପାଇଁ ପିତା ସାରା ଦୁନିଆରେ ମହତ୍ୱପୂର୍ଣ୍ଣ ଅଟନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories