ମେୟରକୁ ହତ୍ୟା:ସହରର ସମସ୍ତ ପୁଲିସ ଗିରଫ

0

ନୂଆଦିଲ୍ଲୀ: ମେକ୍ସିକୋର ଓକମ୍ପୋ ସହରରେ ପୁଲିସ ବିଭାଗର ୨୮ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ମେୟର ପ୍ରାର୍ଥୀଙ୍କୁ ହତ୍ୟା ଅଭିଯୋଗରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମିଚାଓକାନଙ୍କ ଆଟୋନି ଜେନେରାଲ ତାଙ୍କ ନିର୍ଦେଶରେ ଏଭଳି ରାୟ ପ୍ରଦାନ କରିଛନ୍ତି। ଏଭଳି ହତ୍ୟାରେ ପୁଲିସର ସଂଗଠିତ ଶଢଯନ୍ତ୍ର ସନ୍ଦେହରେ ସେମାନଙ୍କୁ ଗିରଫ କରାଯାଇଛି। ୬୪ବର୍ଷିୟ ରାଜନେତା ଫରନାଣ୍ଡୋ ଏଞ୍ଜେଲ୍ସ ଜୁଆରୋଜଙ୍କୁ ମଙ୍ଗଳବାର କେତେକ ଅଜ୍ଞାତ ବନ୍ଧୁକଧାରୀ ତାଙ୍କ ଘର ସମ୍ମୁଖରେ ତାଙ୍କୁ ହତ୍ୟା କରିଥିଲେ।
ମେକ୍ସିକୋରେ ବର୍ତ୍ତମାନ ସମୟରେ ହିଂସାକାଣ୍ଡ ବ୍ୟାପକ ଭାବରେ ବୃଦ୍ଧି ପାଇଛି। ଜୁଲାଇରେ ମେକ୍ସିକୋରେ ସାଧାରଣ ନିର୍ବାଚନ ଅନୁଷ୍ଟୁତି ହେବ। ପୂର୍ବରୁ ମଧ୍ୟ ରାଜ୍ୟରେ ୧୦୦ରୁ ଊଦ୍ଧ୍ୱର୍ ନେତାଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପରେ ୨୭ଜଣ ପୁଲିସ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ସଚିବଙ୍କୁ ଗିିରଫ କରାଯାଇଛି।
ଏଞ୍ଜେଲ୍ସ ଜଣେ ସପଳ ବ୍ୟବସାୟୀ ହେବା ସହ ଆଗାମୀ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହେବାକୁ ମନ ବଳାଇ ଥିଲେ। ତେବେ ନିର୍ବାଚନ ପୂର୍ବରୁ ଡେମୋକ୍ରେଟି ରିବଲ୍ୟୁସନ ୍ରଆସନଟି ଏଞ୍ଜେଲ୍ସଙ୍କୁ ମିଳି ଯାଇଥିଲା। ଗିରଫ ହୋଇଥିବା ପୁଲିସ ଅଧିକାରୀ ସମେତ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି। ଏପରିକି ସେମାନଙ୍କୁ ହାତକଡ଼ା ପିନ୍ଧାଇ ରାଜଧାନୀ ଅଣାଯିବା ସହ ପଚରାଉଚରା ଜାରି ରଖାଯାଇଛି।

kalyan agarbati
Leave A Reply