ଜାଣନ୍ତୁ, ସ୍ୱସ୍ତିକ ଚିହ୍ନର ଧାର୍ମିକ ରୂପ ଓ ମହତ୍ତ୍ୱ
ସ୍ୱସ୍ତିକ ଚିହ୍ନର ଅର୍ଥ ହେଉଛି କଲ୍ୟାଣ ଓ ମଙ୍ଗଳ କରିବା। ଘରେ ଯେକୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ସ୍ୱସ୍ତିକ ଚିହ୍ନ କରାଯାଇଥାଏ। ଏହି ଚିହ୍ନକୁ ଭଗବାନ ଗଣେଶଙ୍କ ଅନ୍ୟ ଏକ ରୂପ ବୋଲି କୁହାଯାଏ। ସ୍ୱସ୍ତିକ ଚିହ୍ନ ଦ୍ୱାରା ଘର ଓ ବ୍ୟବସାୟରେ ଉନ୍ନତି ଓ ସମୃଦ୍ଧି ହୋଇଥାଏ। ଏହା ଘରେ ସୁପ୍ରଭାବ ପକାଇଥାଏ।
ସ୍ୱସ୍ତିକ ଚିହ୍ନର ମହତ୍ତ୍ୱ:
ଠିକ ଭାବେ ସ୍ୱସ୍ତିକ ଚିହ୍ନ ଅଙ୍କନ କରି ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ।
ସେହି ଶକ୍ତି ବସ୍ତୁ ଓ ବ୍ୟକ୍ତିର ସମସ୍ତ ବିପଦରୁ ରକ୍ଷା କରିଥାଏ।
ସ୍ୱସ୍ତିକ ଚିହ୍ନର ପ୍ରଭାବ ଘରେ, ଡାକ୍ତରଖାନା ଓ ବ୍ୟକ୍ତିର ଦୈନନ୍ଦିନ ଜୀବନରେ ରହିବା ଦ୍ୱାରା ରୋଗମୁକ୍ତ ଓ ଚିନ୍ତାମୁକ୍ତ ହୋଇଥାଏ।
ସଠିକ ରୂପେ ସ୍ୱସ୍ତିକ ଚିହ୍ନର ପ୍ରୟୋଗ ନ କରିବା ଦ୍ୱାରା କୁପ୍ରଭାବରୁ ଆମର ଅନେକ କ୍ଷତି ହୋଇଥାଏ।
ସ୍ୱସ୍ତିକ ଚିହ୍ନ ପ୍ରୟୋଗ କରିବାର ନିୟମ:
ସ୍ୱସ୍ତିକ ଚିହ୍ନ ଅଙ୍କନ କରିବା ବେଳେ ଧ୍ୟାନ ଦିଅନ୍ତୁ ଯେପରି ସମସ୍ତ ରେଖା ଓ କୋଣ ଠିକ ହୋଇଥିବା ଦରକାର।
ଭୁଲରେ କେବେ ବି ଓଲଟା ସ୍ୱସ୍ତିକ ଚିହ୍ନର ଅଙ୍କନ କରି ପୂଜା କରନ୍ତୁ ନାହିଁ।
ଲାଲ ରଙ୍ଗରେ ସର୍ବଦା ସ୍ୱସ୍ତିକ ଚିହ୍ନ ଅଙ୍କନ କରନ୍ତୁ। ଏହା ସର୍ବଶ୍ରେଷ୍ଠ ହୋଇଥାଏ।
ସ୍ୱସ୍ତିକ ଚିହ୍ନ ମଝିରେ ସର୍ବଦା ଗୋଲ ଆକାର ବିନ୍ଦୁ ଦିଅନ୍ତୁ।
ସ୍ୱସ୍ତିକ ଚିହ୍ନର ପ୍ରୟୋଗ:
ଯେଉଁଠି ବାସ୍ତୁଦୋଷ ରହିଥିବ ସେଠାରେ ଘରର ମୁଖ୍ୟଦ୍ୱାରରେ ଲାଲ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ଅଙ୍କନ କରନ୍ତୁ।
ପୂଜା ଘରେ, ଗାଡିରେ ମଧ୍ୟ ସ୍ୱସ୍ତିକ ଚିହ୍ନ କରିପାରିବେ।
ଏକାଗ୍ରତା ପାଇଁ ସୁନା ଓ ରୂପାର ସ୍ୱସ୍ତିକ ଯନ୍ତ୍ରରେ ଲାଲ ରଙ୍ଗର ସୂତା ଗୁଡାଇ ଧାରଣ କରନ୍ତୁ।