ଘର ସାମନାକୁ ଏପରି ରଖନ୍ତୁ, ଶୁଭଫଳ ପ୍ରାପ୍ତି ହେବ
ବାସ୍ତୁଶାସ୍ତ୍ର ଅନୁସାରେ ଘର ବାହାରେ ଓ ଆଖପାଖରେ ଧ୍ୟାନ ଦେବା ଦରକାର। ଶାସ୍ତ୍ର ଅନୁସାରେ ଘରର ବଗିଚା ଓ ପାଖରେ ଲଗାଯାଇଥିବା ଗଛର ପ୍ରଭାବ ଆମ ଶରୀର ଉପରେ ପଡିଥାଏ। ଆସନ୍ତୁ ଜାଣିବା ଘରର ସାମନାରେ କଣ ରଖିବା ଉଚିତ।
ଘରର ଉତ୍ତର ଦିଗକୁ ଅପରିଷ୍କାର ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ଘରେ ରହୁଥିବା ବ୍ୟକ୍ତିଙ୍କ ଦେହ ଖରାପ ହୋଇଥାଏ। ଘରର ସାମନାରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ।
ବଗିଚାରେ ଲଗାଉଥିବା ଗଛର ଉଚ୍ଚତା ଘର ଠାରୁ ଅଧିକ ଉଚ୍ଚ ହେବା ଉଚିତ ନୁହେଁ।
ଘର ଆଗରେ ଡ୍ରେନ ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ପରିବାର ସଦସ୍ୟଙ୍କୁ ମାନସିକ ରୋଗ ହୋଇଥାଏ।
ଘରର ସାମନାରେ ମନ୍ଦିର ରଖନ୍ତୁ ନାହିଁ। ଏପରି ହେବାଦ୍ୱାରା ଘରେ ଦେବାଦେବୀଙ୍କ କୃପା ପଡି ନଥାଏ। ଘରେ ସର୍ବଦା ଦୁଃଖ ଲାଗି ରହିଥାଏ। ଘରର ମୁଖ୍ୟଦ୍ୱାର ଯେପରି କୌଣସି ଧର୍ମସ୍ଥଳୀ ସହ ଲାଗି ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘରର ଉତ୍ତର ପୂର୍ବ ଦ୍ୱାରରେ ପୂଜା ଘର ସ୍ଥାପନା କରନ୍ତୁ।
ବଗିଚାରେ କୌଣସି କର୍ଟା ଜାତୀୟ ବୃକ୍ଷ ରଖନ୍ତୁ ନାହିଁ। ଏପରି ବୃକ୍ଷ ଅନେକ ରୋଗର କାରଣ ହୋଇଥାଏ। ଘର ସମ୍ମୁଖରେ ସତେଜ ବୃକ୍ଷ ଲଗାନ୍ତୁ। ପ୍ରତିଦିନ ବୃକ୍ଷର ଠିକ ଭାବେ ଧ୍ୟାନ ନିଅନ୍ତୁ।