www.samajalive.in
Monday, December 15, 2025
16.1 C
Bhubaneswar

ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତରେ ଯିବାକୁ ପ୍ରସ୍ତୁତ ଭାରତୀୟ କ୍ରିକେଟ୍‌ ଦଳ !

ମୁମ୍ବଇ : ଆସନ୍ତା ଅଗଷ୍ଟରେ ଭାରତୀୟ କ୍ରିକେଟ୍‌ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ଘରୋଇ ଦଳ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ସମାନ ସଂଖ୍ୟକ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବ ବୋଲି ଶ୍ରୀଲଙ୍କାରୁ ପ୍ରକାଶିତ ଏକ ଖବରକାଗଜ ରିପୋର୍ଟରେ ଦର୍ଶାଯାଇଛି। ଖବରକାଗଜ ରିପୋର୍ଟ ଅନୁଯାୟୀ ଭାରତୀୟ କ୍ରିକେଟ୍‌ ଦଳର ଶ୍ରୀଲଙ୍କା ଗସ୍ତ ନିମନ୍ତେ ବିସିସିଆଇ ତରଫରୁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ଶ୍ରୀଲଙ୍କା ଗସ୍ତ ନିମନ୍ତେ ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛି ବିସିସିଆଇ। ଅନୁମତି ମିଳିବା ପରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରିବ। କରୋନା ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଓ ଶ୍ରୀଲଙ୍କା ସହ ବିଶ୍ବର ଅନେକ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ତେବେ ଆସନ୍ତା ଅଗଷ୍ଟରେ ଶ୍ରୀଲଙ୍କା ସରକାର ଲକ୍‌ଡାଉନ୍‌ରୁ ଅନେକ କଟକଣା ଉଠାଇ ଦିଆଯିବାର ସମ୍ଭାବନା ରହିଛି। ତେଣୁ ଭାରତୀୟ କ୍ରିକେଟ୍‌ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ କ୍ରିକେଟ୍‌ ସିରିଜ୍‌ ଖେଳିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଆଶା ରଖିଛି।

ଅନ୍ୟ ଏକ ଘଟଣାକ୍ରମରେ ଶ୍ରୀଲଙ୍କାରେ ଏସିଆ କପ୍‌ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀଲଙ୍କା କ୍ରିକେଟ୍‌ ଆସୋସିଏସନ୍‌ ସଭାପତି ସାମି ସିଲ୍‌ଭା। ଚଳିତଥର ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ ଅଧିକାର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନିକଟରେ ରହିଛି। ଆସନ୍ତା ସେପ୍ଟେମ୍ବରରେ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ଆୟୋଜନ ପାଇଁ ପିସିବି ପ୍ରଥମେ ଯୋଜନା କରିଥିଲା। ତେବେ କିଛିଦିନ ତଳେ ପିସିବି ସଭାପତି ଏହସାନ୍‌ ମାନି ଏସିଆ କପ୍‌ର ଚଳିତ ସଂସ୍କରଣ ଶ୍ରୀଲଙ୍କାରେ ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ଶ୍ରୀଲଙ୍କା କ୍ରିକେଟ୍‌ ଆସୋସିଏସନ୍‌ ଗ୍ରହଣ କରିଥିବା ସିଲ୍‌ଭା ସୂଚନା ଦେଇଛନ୍ତି। ଏସିଆ କପ୍‌ରେ ୬ଟି ଦଳ ଭାଗ ନେବେ। ଏମାନେ ହେଲେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ଏକ ଯୋଗ୍ୟତା ଅର୍ଜନକାରୀ ଦଳ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories