ବ୍ରସେଲ୍ସ : କରୋନା ଟିକା ଉଦ୍ଭାବନ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ମାରାଥନ ଦୌଡ଼ିଛନ୍ତି ଜଣେ ୧୦୩ ବର୍ଷୀୟ ବୃଦ୍ଧ। ପେସାରେ ଡାକ୍ତର ଥିବା ଏହି ବୃଦ୍ଧ ହେଉଛନ୍ତି ବେଲ୍ଜିୟମ୍ର ଆଲଫନ୍ସ ଲିମ୍ପୋଏଲ। ମାରାଥନ୍ରୁ ଆୟ ଅର୍ଥ ସେ ଲିଉଭେନ୍ ବିଶ୍ବବିଦ୍ୟାଳୟ ଅଧୀନ ଡାକ୍ତରଖାନାକୁ ଦେବା ପାଇଁ ଘୋଷଣା କରିଛନ୍ତି। ଏହି ଡାକ୍ତରଖାନାରେ ଟିକା ପାଇଁ ଗବେଷଣା ଚାଲିଛି। ଗତ ସପ୍ତାହକ ମଧ୍ୟରେ ସେ ୬ହଜାର ୟୁରୋ ସଂଗ୍ରହ ସହ ଏହାକୁ ଗବେଷଣା ପାଇଁ ଦାନ କରିଛନ୍ତି। ସେ ବ୍ରସେଲ୍ସ ନିକଟ ରଟ୍ସେଲର ପୌରାଞ୍ଚଳରେ ଗତ ୧ ତାରିଖରୁ ଦୌଡ଼ିବା ଆରମ୍ଭ କରିଛନ୍ତି ଓ ମାସ ଶେଷ ପର୍ଯ୍ୟନ୍ତ ଜାରି ରଖିବେ ବୋଲି କହିଛନ୍ତି।
Popular Categories



