ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ମିଳିଲା ଆଇଫା ପୁରସ୍ମାର
ନୂଆଦିଲ୍ଳୀ : ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (ଆଇଫା) ପୁରସ୍ମାର ସମାରୋହରେ ‘ମମ’ ଚଳଚ୍ଚିତ୍ର ପାଇଁ ସର୍ବଶ୍ରେଷ୍ଟ ସହାୟକ ଅଭିନେତାର ପୁରସ୍ମାର ମିଳିଛି। ଏହି ପୁରସ୍ମାରକୁ ସେ ଚଳଚ୍ଚିତ୍ରରେ ତାଙ୍କ ସହ ସହକଳାକାର ଭାବେ କାମକରିଥିବା ଅଭିନେତ୍ରୀ ଶ୍ରୀଦେବୀଙ୍କୁ ସର୍ମପଣ କରିଛନ୍ତି। ଶ୍ରୀଦେବୀଙ୍କୁ ଏହି ଚଳଚ୍ଚିତ୍ରରେ ଦମଦାର ଅଭିନୟ କରିଥିବାରୁ ତାଙ୍କର ମୃତ୍ୟୁ ପରେ ମଧ୍ୟ ସର୍ବଶ୍ରେଷ୍ଠ ଅଭିନେତ୍ରୀର ପୁରସ୍ମାର ଦିଆଯାଇଛି। ନୱାଜୁଦ୍ଦିନ ସିଦ୍ଦିକି ଟ୍ୱିଟ କରି ଲେଖିଛନ୍ତି ମୋତେ ପ୍ରଥମଥର ପାଇଁ ସୁପରଷ୍ଟାର ଶ୍ରୀଦେବୀଙ୍କ ସହ ଅଭିନୟ କରିବାକୁ ଏକ ମାତ୍ର ସୁଯୋଗ ମଳିଥିଲା ଏବଂ ମୁଁ ମୋ ପୁରସ୍ମାର ତାଙ୍କୁ ସମର୍ପିତ କରୁଛି।