ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି କଂଗ୍ରେସ, ୫୦ ପ୍ରତିଶତ ଆସନରେ ପ୍ରାର୍ଥୀ ତାଲିକା ଚୂଡାନ୍ତ !

0

ଭୁବନେଶ୍ୱର : ୨୦୧୯ ପାଇଁ  ଅନୁଷ୍ଠିତ ହେବାକୁ ଥିବା  ବିଧାନସଭା ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ଜୋରଦାର ପ୍ରସ୍ତୁତି ଚଳାଇଛି ।  ୫୦ ପ୍ରତିଶତ ଆସନରେ ଏଥିପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ କରାଯାଇଛି ।  ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ଅନୁସାରେ  ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଏହି ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ପାରେ । ମାଲକାନଗିରି ବିଧାନ ସଭା ଆସନରେ ମାଳା ମାଝିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଉପକୂଳବର୍ତ୍ତୀ ଓଡିଶା ଓ ଦକ୍ଷିଣ ଓଡିଶାରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା   ପ୍ରଦେଶ କଂଗ୍ରେସର ଉପସଭାପତି  ପ୍ରଦୀପ ମାଝି ମାର୍ଚ୍ଚ ୩୦ ତାରିଖରୁ ମାଲକାନଗିରିରୁ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମାଳା ମାଝୀଙ୍କ ପ୍ରାର୍ଥୀତ୍ୱ ବିଷୟରେ କେନ୍ଦ୍ରୀୟ ନେତୃତ୍ୱକୁ ଅବଗତ  କରାଯାଇଛି । ରାଜ୍ୟର ୨୧ଟି ଲୋକ ସଭା ଆସନ ପାଇଁ ଜୁଲାଇ ମାସର ଦ୍ୱିତୀୟ ସପ୍ତାହ ମଧ୍ୟରେ କଂଗ୍ରେସ ପକ୍ଷରୁ ଆଶାୟୀମାନଙ୍କର ନାମ ହାଇକମାଣ୍ଡଙ୍କୁ ପାଠାଯାଇପାରେ ।  ପଟ୍ଟନାୟକଙ୍କର କହିବା ଅନୁସାରେ ଜୁଲାଇ ୧୫ ମଧ୍ୟରେ  ବୁଥ୍‌ କମିଟିମାନଙ୍କର ଗଠନ  ସମ୍ପୂର୍ଣ୍ଣ ହୋଇଯିବ । ମୋଟ୍‌ ୩୬ ହଜାର ବୁଥ୍‌ ଓ ଜିଲା ଏବଂ ନଗର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି ।  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯେଉଁ ୫ଟି ରାଜ୍ୟର ସ୍କ୍ରିନିଂ କମିଟି ଗଠନ କରିଛନ୍ତି , ସେମାନଙ୍କ ମଧ୍ୟରେ ଓଡିଶା ଅଛି ।  ବିଡି  ସାଥିସନ୍‌ ଏହାର ଚେୟାରମ୍ୟାନ ଅଛନ୍ତି । ଜିତିନ ପ୍ରସାଦ ଓ ନୌଶାଦ ସୋଲାଙ୍କି ଏହାର ସଦସ୍ୟ ଅଛନ୍ତି । ଓଡିଶା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ରାଜ୍ୟରେ କଂଗ୍ରେସ ଏକ ନମ୍ବର ହେବା ପାଇଁ ନିର୍ବାଚନ ଲଢିବ ବୋଲି କହିଛନ୍ତି ।

ଆସନ ଅନୁସାରେ ଓଡିଶାରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି । ମାତ୍ର ଶାସକକ ଦଳ ସହ ଏହାର ଅନ୍ତର ବହୁତ  ଅଟେ । ୧୪୭ଟି ଆସନ ମଧ୍ୟରୁ କଂଗ୍ରେସ ନିକଟରେ ମାତ୍ର ୧୫ଟି ଆସନ  ରହିଛି। ଦଳ ନିକଟରେ ପ୍ରଥମରୁ ନିଜ ସ୍ଥିତି ମଜୁବୁତ କରିବା ପାଇଁ  ଆହ୍ୱାନ ରହିଛି । ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରାର୍ଥୀ ଚୟନ ସମୟରେ ପଛୁଆ ବର୍ଗଙ୍କୁ ଅଧିକ ଗୁରୁତ୍ୱ ଦେବା ପାଇଁ କହିଛନ୍ତି ।

 

୨୦୦୪ରେ  କଂଗ୍ରେସ ବିଧାନସଭା ନିର୍ବାଚନରେ ୩୮ଟି ଆସନ ଜିତିଥିବା ବେଳେ ୨୦୦୯ରେ ୨୭ ଓ ୨୦୧୪ରେ ଏହା କମି  ୧୬ରେ ପହଞ୍ଚିଥିଲା , ପୁଣି ବିଜେପୁର ଉପନିର୍ବାଚନରେ ଏହି ଆସନ ବି ଯାଇଛି । ଏହାକୁ ମିଳୁଥିବା ଭୋଟ୍‌ ପ୍ରତିଶତ କମିବାରେ ଲାଗିଛି । ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଗୋଟିଏ ହେଲେ ଆସନ ମିଳିନାହିଁ । ଜିଲା ପରିଷଦ ଆସନରେ ବି ଦଳ ବିଶେଷ ଭଲ ପ୍ରଦର୍ଶନ କରିପାରି ନାହିଁ ।

Leave A Reply