www.samajalive.in
Monday, December 15, 2025
27.1 C
Bhubaneswar

ଜଗତସିଂହପୁର ଓ ଭଦ୍ରକ ଜିଲା ଗସ୍ତ କଲେ କେନ୍ଦ୍ରୀୟ ଦଳ : ଆଜି ପ୍ରଦାନ କରାଯିବ କ୍ଷୟକ୍ଷତିର ସ୍ମାରକପତ୍ର

ଭୁବନେଶ୍ବର : ରାଜ୍ୟରେ ବାତ୍ୟା ଅମ୍ପନ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ଆଜି ଜଗତସିଂହପୁର ଓ ଭଦ୍ରକ ଜିଲା ଗସ୍ତ କରିପ୍ରଶାସନ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ଅଧିକ୍ଷଣ ଯନ୍ତ୍ରୀ ଅମରିଶ ପାଲ୍‍ ସିଂହଙ୍କ ନେତୃତ୍ୱରେ ଶକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶକ ଏନ.ଆର. ଏଲ.କେ ପ୍ରସାଦ ଓ ଅର୍ଥମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକ ସୁରଜ କୁମାର ପ୍ରଧାନ ଜିଲ୍ଲାର ପାରାଦୀପ, କୁଜଙ୍ଗ ଓ ଏରସମା ବ୍ଲକର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେହିପରି ନୂଆଗଡ, ଜପା, ଗଡକୁଜଙ୍ଗ ଓ ଢିଙ୍କିଆ ଆଦି ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ପ୍ରତିନିଧି ଦଳଙ୍କୁ ଜିଲ୍ଲାର ବାତ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଇଥିଲେ ।
ସେହିପରି ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରକାଶ, ସହକାରୀ ଶସ୍ୟ କମିଶନର ଡକ୍ଟର ସୋମନାଥ ଅଗସୀମଣି, ମତ୍ସ୍ୟ ବିଭାଗର ସହକାରୀ କମିଶନର ଏସ. କେ. ରଥ ଏବଂ ସଡକ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ବି.ଏନ. ସହାୟ ପ୍ରମୁଖ ଭଦ୍ରକ ଜିଲାର ବିଭିନ୍ନ କ୍ଷୟକ୍ଷତି ଅଞ୍ଚଳ ଅନୁଧ୍ୟାନ କରିଛନ୍ତି । ଏହି ପ୍ରତିନିଧି ଦଳ ଧାମରା ବନ୍ଦର କର୍ତ୍ତୃପକ୍ଷ ଏବଂ ଜିଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ଶୁକ୍ରବାର ଏହି ପ୍ରତିନିଧି ଦଳ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେବେ। ପରେ ରାଜ୍ୟ ସରକାରଙ୍କ ତରଫରୁ କ୍ଷୟକ୍ଷତିର ଏକ ସ୍ମାରକପତ୍ର ତଥା ଆକଳନ ରିପୋର୍ଟ ପ୍ରଦାନ କରାଯିବ ।

- Advertisement -

ପୂର୍ବରୁ କେନ୍ଦ୍ରୀୟ ପ୍ରତିନିଧି ଦଳ ଗୁରୁବାର ଦିନ କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories