www.samajalive.in
Sunday, December 7, 2025
14.1 C
Bhubaneswar

୫୮ ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗ : ୩୦ ଦିନ ମଧ୍ୟରେ ୩ ଥର ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ, ଜାଣନ୍ତୁ ରାଶି ଉପରେ ଏହାର ପ୍ରଭାବ

ନୂଆଦିଲ୍ଲୀ : ୩୦ ଦିନ ମଧ୍ୟରେ ବା ଗୋଟିଏ ମାସରେ ୨ଟି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ପଡୁଛି। ଚଳିତ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଗୋଟିଏ ଚନ୍ଦ୍ରଗ୍ରହଣ ପଡୁଥିବା ବେଳେ ଅନ୍ୟ ଦୁଇଟି ଅର୍ଥାତ୍ ଗୋଟିଏ ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣ ଆଷାଢ ମାସରେ ପଡୁଛି। ଜୁନ ୫ରେ ଅର୍ଥାତ୍ ଆସନ୍ତାକାଲି ଚନ୍ଦ୍ରଗ୍ରହଣ, ୨୨ ତାରିଖରେ ସୂର୍ଯ୍ୟ ପରାଗ ଏବଂ ଆଷାଢ ମାସ ପୂର୍ଣ୍ଣିମା ତିଥିରେ ଅର୍ଥାତ୍ ଜୁଲାଇ ୫ରେ ଅନ୍ୟ ଏକ ଚନ୍ଦ୍ରଗ୍ରହଣ ପଡୁଛି।

ଏଭଳି ଦୁର୍ଲ୍ଲଭ ସଂଯୋଗ ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ୧୯୬୨ ମସିହାରେ ଏପରି ସଂଯୋଗ ଆସିଥିଲା। ସେତେବେଳେ ମଧ୍ୟ ଏହିଭଳି ଗୋଟିଏ ମାସ ମଧ୍ୟରେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ୩ ଥର ପଡିଥିଲା।

- Advertisement -

ଜ୍ୟୋତିଷମାନଙ୍କ ଗଣନ ଅନୁଯାୟୀ, ଆସନ୍ତାକାଲିର ଚନ୍ଦ୍ରଗ୍ରହଣ ଭାରତ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ଉଭୟ ଜୁନ୍ ୫ ଓ ଜୁଲାଇ ୨୨ ହେବାକୁ ଥିବା ଚନ୍ଦ୍ରଗ୍ରହଣର ପ୍ରଭାବ ଭାରତ ଉପରେ ପଡିବ ନାହିଁ। କେବଳ ଜୁନ୍ ୨୨ରେ ହେବାକୁ ଥିବା ସୂର୍ଯ୍ୟଗ୍ରହଣ ଭାରତରେ ଦେଖାଦେବ। ଭାରତ ସମେତ ଆଫ୍ରିକା ଏବଂ ୟୁରୋପରେ ମଧ୍ୟ ଏହାର ପ୍ରଭାବ ରହିବ।

ସକାଳ ୯ଟା ୧୫ ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ୩ଟା ୪ ମିନିଟ୍ ପର୍ଯ୍ୟନ୍ତ ରହିବ। ପୂର୍ଣ୍ଣ ସୂର୍ଯ୍ୟପରାଗ ପୂର୍ବାହ୍ନ ୧୦ଟା ୧୭ ମିନିଟରୁ ୨ଟା ୨ ମିନିଟ୍ ପର୍ଯ୍ୟନ୍ତ ରହିବ। ଜୁନ୍ ୨୦ ତାରିଖ ରାତି ୧୦ଟାରୁ ହାଣ୍ଡି ଛାଡ ବା ପାକ ନିଷେଦ୍ଧ ହେବ।

୧୨ଟି ରାଶିର ଉପରେ ଏହାର ପ୍ରଭାବ ରହିବ

ମେଷ: ପଦ ଏବଂ ସମ୍ମାନ ଲାଭ ହେବ।

ବୃଷ: ବ୍ୟବସାୟରେ କ୍ଷତି ଓ ସମସ୍ୟା ଦେଖାଦେଇପାରେ।

ମିଥୁନ: ଘଟଣା-ଦୁର୍ଘଟଣା ହୋଇପାରେ।

କର୍କଟ: ଆଘାତ ଲାଗିପାରେ।

ସିଂହ: ଜୀବନସାଥୀଙ୍କ ପାଇଁ ଖୁସି ରହିଛି।

କୁନ୍ୟା: ଖୁସି ଖବର ମିଳିବ।

ତୁଳା: ବାଦ-ବିବାଦ ଲାଗିପାରେ।

ବିଛା: ଅସୁବିଧାର ସମ୍ମୁଖୀନ।

ଧନୁ: ପତି-ପତ୍ନୀଙ୍କ କଳହ।

ମକର ରାଶି: ଶୁଭ।

କୁମ୍ଭ: ଚାପ ଏବଂ ମାନସିକ ସମସ୍ୟା ।

ମୀନ: ଅଧିକ ଖର୍ଚ୍ଚ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories