www.samajalive.in
Saturday, December 6, 2025
26.1 C
Bhubaneswar

ଅଧିକ ଓଜନିଆ ବ୍ୟକ୍ତିଙ୍କୁ କରୋନା ମୃତ୍ୟୁ ଆଶଙ୍କା ୩ ଗୁଣ ଅଧିକ !

ନୂଆଦିଲ୍ଲୀ : କରୋନା ଭାଇରସ୍‌ରେ ଓଜନିଆ ଲୋକଙ୍କ ମୃତ୍ୟୁର ଆଶଙ୍କା ସୁସ୍ଥ ଲୋକଙ୍କ ତୁଳନାରେ ତିନି ଗୁଣ ଅଧିକ। ବ୍ରିଟେନର ସରକାରୀ ଏଜେନ୍ସି ଜନସ୍ୱାସ୍ଥ୍ୟ ଇଂଲଣ୍ଡର ରିପୋର୍ଟରେ ଏହା ଦାବି କରାଯାଇଛି।

କରୋନା ରୋଗରେ ପୀଡିତ ହେଲେ ଓଜନିଆ ଲୋକଙ୍କ ପାଇଁ ୭ ଗୁଣ ଅଧିକ ଭେଣ୍ଟିଲେଟରର ଆବଶ୍ୟକତା ହୋଇଥାଏ। ଯଦି ଶରୀରର ମାସ ଇଣ୍ଡେକ୍ସ ୨୫ରୁ ଅଧିକ ହେଲେ ବ୍ୟକ୍ତିର ଓଜନ ଅଧିକ ବୋଲି ଗ୍ରହଣ କରାଯାଏ। ଏହିପରି ଲୋକଙ୍କ ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ଅଧିକ ଥାଏ। କିନ୍ତୁ ଯେତେବେଳେ ଶରୀରର ମାସ ଇଣ୍ଡେକ୍ସ ୩୦ ରୁ ୩୫ ଥାଏ, ସେତେବେଳେ କରୋନାରେ ମୃତ୍ୟୁ ହେବାର ଆଶଙ୍କା ୪୦ ପ୍ରତିଶତ ବଢିଯାଇଥାଏ। ବ୍ୟକ୍ତିର ଓଜନ କମ୍ ଥିଲେ କରୋନା ହେବାର ଆଶଙ୍କା କମ୍ ଥାଏ ବୋଲି ଡାକ୍ତରମାନେ କହିଛନ୍ତି।

- Advertisement -

ଜନସ୍ୱାସ୍ଥ୍ୟ ଇଂଲଣ୍ଡର ଏକ ରିପୋର୍ଟରେ କୁହାଯାଇଛି ଯେ, ଶରୀରରେ ଅତ୍ୟଧିକ ଚର୍ବି ଶ୍ବାସକ୍ରିୟା ଉପରେ ପ୍ରଭାବ ପକାଇଥାଏ। ଏହା ସହ ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଲକଡାଉନ୍ ହେତୁ ଲୋକମାନେ ଅଧିକ ସ୍ନାକ୍ସ ଖାଉଛନ୍ତି। ବ୍ରିଟେନର ଦୁଇ ତୃତୀୟାଂଶ ଲୋକ ଅଧିକ ଓଜନିଆ। ବ୍ରିଟେନରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫,୭୦୦ ରୁ ଅଧିକ ଲୋକ କରୋନାରେ ମୃତ୍ୟୁ ବରଣ କରିଛନ୍ତି ଏବଂ ମୋଟାପଣ ଏହା ପଛରେ ଏକ କାରଣ ହୋଇପାରେ ସନ୍ଦେହ କରାଯାଉଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories