ରାଉରକେଲା :ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ନିକଟ ବ୍ରାହ୍ମଣୀ ନଦୀରେ ମଙ୍ଗଳବାର ଜଣେ ୪ବର୍ଷର କୁନି ଝିଅ ଭାସି ଯାଇଥିବା ଜଣାପଡ଼ିଛି। ଆଈ ସହ କାଠପୋଲରେ ନଦୀ ପାର ବେଳେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଟିମଜୋରକୁ ଆଈ ତାର ୨ନାତି ନାତୁଣୀଙ୍କ ସହ ଘରକୁ ଫେରୁଥିଲା। ହଠତ କାଠପୋଲରୁ ଆଈ ସହ ୨ ନାତି ନାତୁଣୀ ନଦୀକୁ ଖସି ପଡିଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ଆଈ ଓ ନାତିଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଉଦ୍ୟମ ସତ୍ତ୍ବେ ୪ ବର୍ଷର ନାତୁଣୀ ଭାସି ଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ଖୋଜାଖାଜି ସତ୍ତ୍ବେ କୁନି ଝିଅଟିକୁ ଉଦ୍ଧାର କରାଯାଇ ପାରିନାହିଁ।



