www.samajalive.in
Tuesday, December 9, 2025
26.1 C
Bhubaneswar

ସାମାଜିକ ଦୂରତ୍ବ ଭାଙ୍ଗି କ୍ଷମା ପ୍ରାର୍ଥନା ସହ ନିଜ ପଦରୁ ଇସ୍ତଫା ଦେଲେ ଇଂଲଣ୍ଡ ସାଂସଦ

ଲଣ୍ଡନ: ଲକଡ଼ାଉନ ନିୟମ ଭାଙ୍ଗି ଅଡ଼ୁଆରେ ପଡ଼ିଛନ୍ତି ଲଣ୍ଡନର ଜଣେ ସାଂସଦ ରୋଜି ଡ଼୍ୟୁଫିଲ୍ଡ଼ । କେବଳ ଅଡ଼ୁଆରେ ପଡ଼ି ନାହାନ୍ତି ଏଥିପାଇଁ ଲେବର ପାର୍ଟିରେ ସେ ଥିବା ଏକ ଗୁରୁତ୍ବପୂର୍ଣ୍ଣ ପଦ ମଧ୍ୟ ଛାଡ଼ିଛନ୍ତି । ତେବେ ଏହାକୁ ବ୍ୟକ୍ତିଗତ କାରଣ ବୋଲି ରୋଜି ବର୍ଣ୍ଣନା କରିଛନ୍ତି । ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ରୋଜିଙ୍କର ବୟସ ୪୮ ବର୍ଷ ଏବଂ ସେ ଅଲଗା ସ୍ଥାନରେ ରହୁଥିବା ତାଙ୍କର ଜଣେ ବନ୍ଧୁଙ୍କୁ ଦେଖା କରିବାକୁ ଯାଇଥିଲେ । ମାତ୍ର ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ଏହାପରେ ସେ ପଦତ୍ୟାଗ କରିଥିବା ସୂଚନା ମିଳିଛି ।

- Advertisement -

 

ସେ ଓ ତାଙ୍କ ପୁରୁଷ ସାଥି ୨ ମିଟରର  ସାମାଜିକ ବ୍ୟବଧାନ ନିୟମକୁ ପାଳନ କରିଥିଲେ । ତେବେ ଏହାକୁ ଭିନ୍ନ ଆକାରରେ ଦର୍ଶାଯାଇଥିଲା ବୋଲି ରୋଜି କହିଛନ୍ତି । ତାଙ୍କର ବନ୍ଧୁ ଅତ୍ୟନ୍ତ ଅସହାୟ ପରିସ୍ଥିତିରେ ଥିବା ସୂଚନା ପାଇବାପରେ ସେ ତାଙ୍କୁ ଭେଟ କରିବାକୁ ଯାଇଥିଲେ ବୋଲି କହିଛନ୍ତି । ତେବେ ସେ ଏହି ସମୟରେ ଲକ୍ ଡ଼ାଉନ ନିୟମ ମାନି ନ ଥିବା ସ୍ବୀକାର କରିବା ସହ ଏଥିପାଇଁ କ୍ଷମା ମାଗିଛନ୍ତି ।

ଚାନ୍ସସେଲର୍ ଆନେଲାଇଜ୍ ଡୋଡସ୍ କହିଛନ୍ତି ଯେ  ରୋଜୀ ନିଜ ଦୋଷ ସ୍ବୀକାର କରିଛନ୍ତି ଏବଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।   ସେ ଲକଡାଉନ୍ ନିୟମକୁ ଭାଙ୍ଗି ତାଙ୍କ ସାଥି ଜେମସ୍ ରୋଥଙ୍କ ସହ ବୁଲିବାକୁ ଯାଇଥିଲେ ବୋଲି ଚର୍ଚା ହେଉଛି ବୋଲି ଡ଼ୋଡ଼ସ୍ କହିଛନ୍ତି ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories