www.samajalive.in
Sunday, December 7, 2025
18.1 C
Bhubaneswar

ରାଜ୍ୟ ସରକାରଙ୍କ ୧୯୪୮ କାରଖାନା ଆଇନ ସଂଶୋଧନ

ଭୁବନେଶ୍ବର : ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ, ନିଯୁକ୍ତି ସୃଷ୍ଟି କରିବା ଲାଗି ଏବଂ କରୋନା ମହାମାରୀ ଦ୍ୱାରା କବଳିତ ଓ କ୍ଷତିଗ୍ରସ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପସମୂହ ନିମନ୍ତେ ଅନୁକୂଳ, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ନିମନ୍ତେ ଶ୍ରମିକ-କର୍ମଚାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଚଳିତ କାରଖାନା ଆଇନ, ୧୯୪୮ର କେତେକ ଧାରାରେ ସଂଶୋଧନ କରିଛନ୍ତି। କାରଖାନା ଆଇନ ପରିସରକୁ ଆସିବା ପାଇଁ ସର୍ବନ୍ୟୁନ ଶ୍ରମିକ ନିୟୋଜନ ସୀମାର ବୃଦ୍ଧି କରାଯିବା ପାଇଁ ସରକାର ସ୍ଥିର କରିଛନ୍ତି। ପୂର୍ବରୁ ବୈଦ୍ୟୁତିକ ଶକ୍ତି ପ୍ରୟୋଗ ସହିତ ଅନ୍ୟୁନ ୧୦ ଜଣ ଏବଂ ବୈଦ୍ୟୁତିକ ପ୍ରୟୋଗ ବିନା ଅନ୍ୟୁନ ୨୦ ଜଣ ଶ୍ରମିକ ନିୟୋଜନର ସୀମାକୁ ୫୦କୁ ବଢ଼ାଇ ଦିଆଯାଉଛି। ମାତ୍ର ବିପଦଶଙ୍କୁଳ ନିର୍ମାଣ କାରଖାନାମାନଙ୍କରେ ଯେତେ ସଂଖ୍ୟକ ଶ୍ରମିକ କାର୍ଯ୍ୟରତ ଥିଲେ ମଧ୍ୟ ଏହା କାରଖାନା ଆଇନ ପରିସରଭୁକ୍ତ ହେବ। ତ୍ରୈମାସିକ କାର୍ଯ୍ୟ ସମୟର ଅବଧି ୭୫ ଘଣ୍ଟାରୁ ୧୧୫ ଘଣ୍ଟାକୁ ବୃଦ୍ଧି କରାଯାଇଛି। ସହମତି ଭିତ୍ତିରେ ରାତ୍ରିକାଳୀନ ସନ୍ଧ୍ୟା ୭ ଘଟିକାରୁ ପ୍ରାତଃ ୬ ଘଟିକା ମଧ୍ୟରେ ମହିଳା ଶ୍ରମିକ ନିୟୋଜନର ବ୍ୟବସ୍ଥା; ମାତ୍ର ଏଥି ପାଇଁ ପର୍ଯ୍ୟାପ୍ତ ସୁରକ୍ଷା, କଲ୍ୟାଣ ଏବଂ ନିରାପତ୍ତା ସହିତ ଅଭୟାଶ୍ରୟର ବ୍ୟବସ୍ଥା କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ। ଅର୍ଜିତ ଛୁଟି ଉପଲବ୍ଧର ସୀମା ୨୪୦ ପାରିଶ୍ରମିକ ଦିବସରୁ ୧୮୦ ପାରିଶ୍ରମିକ ଦିବସକୁ ହ୍ରାସ। କରୋନା ମହାମାରୀ ଦ୍ୱାରା କବଳିତ ଓ କ୍ଷତିଗ୍ରସ୍ତ ପରିସ୍ଥିତିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗମାନଙ୍କରେ ଉପୁଜିଥିବା ଦୁର୍ଦ୍ଦଶା ଦୂର କରିବା ପାଇଁ ଏବଂ ସୁସ୍ଥ ବାଣିଜ୍ୟିକ ପରିବେଶ ସୃଷ୍ଟି ସହ ପୁଞ୍ଜିନିବେଶ ଆକର୍ଷିତ କରିବା ପାଇଁ ବହୁସଂଖ୍ୟାରେ ନିଯୁକ୍ତି ସୃଷ୍ଟି ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ଶିଳ୍ପ ବିବାଦ ଆଇନରେ ଥିବା ଶ୍ରମିକ ସଂଖ୍ୟା ଉପଯୋଗିତାକୁ ୧୦୦ରୁ ୩୦୦କୁ ବୃଦ୍ଧି କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚୁକ୍ତିଭିତ୍ତିକ ଚାଷ ମାଧ୍ୟମରେ ଉତ୍ପାଦକଙ୍କୁ ଉତ୍ତମ ମୂଲ୍ୟ ଦେବା ପାଇଁ କଣ୍ଟ୍ରାକଫ ଫାର୍ମିଂକୁ ଅନ୍ତର୍ଭୁକ୍ତ କରିବା ସକାଶେ ଓଡ଼ିଶା କୃଷି ଉତ୍ପାଦନ ମାର୍କେଟ ଆକଫ ୧୯୫୬କୁ ସଂଶୋଧିତ କରାଯାଇଛି। ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ଯୋଗୁଁ ରାଜ୍ୟର ଉତ୍ପାଦକମାନଙ୍କୁ କଣ୍ଟ୍ରାକଫ ଫାର୍ମିଂର ଲାଭ ଦେବାକୁ ଲକ୍ଷ୍ୟ ରଖାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories