www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ଡ୍ୟୁଟି ପରେ ରାଜସ୍ୱ ସହାୟକଙ୍କ ମୃତ୍ୟୁ

ସୋନପୁର: କରୋନା ଡ୍ୟୁଟି ସାରି ଘରକୁ ଫେରିବା ପରେ ସୋନପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଭାବଗ୍ରାହୀ ସାହୁ (୪୩)ଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଗତ ୨୬ ତାରିଖ ଭାବଗ୍ରାହୀ ଅନ୍ୟ କର୍ମଚାରୀଙ୍କ ସହ ସ୍ଥାନୀୟ ବଡବଜାର ସ୍କୁଲ କୋଭିଡ୍‌ ଟ୍ରାଞ୍ଜିଟ୍‌ ସେଣ୍ଟରରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଡ୍ୟୁଟି କରିଥିଲେ। ତେବେ ଡ୍ୟୁଟି ସାରି ଘରକୁ ଫେରିବା ପରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ପର ଦିନ ସକାଳୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଭୀମସାରକୁ ନିଆଯାଇଥିଲା। ଆଜି ସକାଳୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଏହି ଖବର ପ୍ରଚାରିତ ହେବା ପରେ ଜିଲାର ବିଭିନ୍ନ ସରକାରୀ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି। ଏଥିପାଇଁ ଆଜି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ଏଥିରେ ଉପଜିଲାପାଳ ବଳରାମ ମଲ୍ଲିକ, ରାଜ୍ୟ ଅଣଗେଜେଟେଡ ସରକାରୀ କର୍ମଚାରୀ ସଂଘ ସଭାପତି ଜ୍ୟୋତିରଞ୍ଜନ ପଟ୍ଟନାୟକ, ଉପବିଭାଗୀୟ ଅଧିକାରୀ ରମେଶ ନାଗ, ଜ୍ୟୋତିରଞ୍ଜନ ଦାନୀ, ଦୀପକ କର, ନିଳାମ୍ବର ଶତପଥି ପ୍ରମୁଖ ଯୋଗ ଦେଇ ଥିଲେ। ଏହି ଅବସରରେ ସରକାରୀ ବ୍ୟବସ୍ଥା ଅନୁଯାୟୀ ସ୍ୱର୍ଗତ ସାହୁଙ୍କ ଅନ୍ତେଷ୍ଟିକ୍ରିୟା ପାଇଁ ୫ ହଜାର ଟଙ୍କା ତାଙ୍କର ପରିବାରକୁ ପ୍ରଦାନ କରାଯାଇଥିଲା। ତାଙ୍କ ମରଶରୀର ପହଞ୍ଚିବା ପରେ ଜନ୍ମମାଟି ସଦର ବ୍ଲକ ନାରାୟଣପୁର ନାଇକେନପାଲିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories