www.samajalive.in
Sunday, December 14, 2025
19.1 C
Bhubaneswar

‘ବିଶ୍ବରୂପମ୍‌’ ଫିଲ୍ମର ଅଭିନେତ୍ରୀ ପୂଜାଙ୍କ ସହ ଡେଟିଂ କରୁଛନ୍ତି ସୁପରଷ୍ଟାର କମଲ ହାସନ

ନୂଆଦିଲ୍ଲୀ : ସୁପରଷ୍ଟାର କମଲ ହାସନ ତାଙ୍କ ଦ୍ବାରା ପ୍ରଯୋଜିତ ଓ ନିର୍ଦେଶିତ ତାମିଲ୍‌ ଫିଲ୍ମ ‘ବିଶ୍ବରୂପମ’ ସିରିଜ୍‌ର ସହ ଅଭିନେତ୍ରୀ ପୂଜାଙ୍କ ସହ ଡେଟିଂ କରୁଛନ୍ତି ବୋଲି ଇଣ୍ଟରନେଟ୍‌ରେ ଝଡ଼ ସୃଷ୍ଟି କରିଥିବା ଗୁଜବ ଉଠିଛି। କାରଣ ଅନେକ ସମୟରେ ପୂଜାଙ୍କୁ କମଲ୍‌ ହାସନ୍‌ଙ୍କ ପାର୍ଟି ଓ ଘରେ ଦେଖିବାକୁ ମିଳୁଛି। ଫିଲ୍ମ ସହିତ ବିଭିନ୍ନ କାର୍ଯ୍ୟକ୍ରମର ବହୁ ଫଟୋ ଇଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ କରୁଛନ୍ତି। ଏହାକୁ ନେଇ ସୋସିଆଲ୍‌ ଉଭୟ ଡେଟିଂ କରୁଛନ୍ତି ବୋଲି ଅନେକ ମନ୍ତବ୍ୟ ଦେଉଛନ୍ତି। ଉଭୟଙ୍କ ଏହି ଡେଟିଂ ସମ୍ପର୍କକୁ ନେଇ ସୋସିଆଲ୍‌ ମିଡ଼ିୟାରେ ଖୁବ୍‌ ଚର୍ଚ୍ଚା ହେଉଛି। ଏପରିକି କମଲ ହାସନ୍‌ଙ୍କ ସହ ନିଜର ପରବର୍ତ୍ତୀ ଚଳଚ୍ଚିତ୍ର ‘ଥାଲାଇଭାନ ଇରୁକିରନ’ରେ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି। ଏଭଳି ଡେଟିଂ ଖବରକୁ ପୂଜା ଖଣ୍ଡନ କରିବା ସହିତ ସୁପରଷ୍ଟାର କମଲ୍‌ ହାସନ୍‌ ସହିତ ସହଅଭିନେତ୍ରୀ ଭାବେ ତାଙ୍କର ସମ୍ପର୍କ ରହିଥିବା କହିଛନ୍ତି।
ପୂଜା ଭାରତୀୟ ଆମେରିକାନ ଅଭିନେତ୍ରୀ ହୋଇଥିବା ବେଳେ କମଲ ହାସନଙ୍କ ସହ ସେ ୩ଟି ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି। ବରିଷ୍ଠ ଅଭିନେତା କମଲ୍‌ ହାସନ୍‌ଙ୍କ ପ୍ରଯୋଜିତ ଓ ନିର୍ଦେଶିତ ‘ଉତ୍ତମ ଭିଲେନ୍‌’ ଓ ‘ବିଶ୍ବରୂପମ୍‌’ରେ ଅଭିନୟ କରିଛନ୍ତି। ଏହି ଦୁଇଟି ଫିଲ୍ମରେ କମଲ୍‌ ହାସନ୍‌ଙ୍କ ପତ୍ନୀ ଭାବେ ପୂଜା ଅଭିନୟ କରିଛନ୍ତି। ୬୫ବର୍ଷୀୟ କମଲ୍‌ ହାସନ୍‌ଙ୍କ ଫିଲ୍ମ ‘ମିନ୍‌ କୁଝାମ୍ବୁମ୍‌ ମାନ୍‌ ପାନେୟେମ୍‌’ରେ ସହ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି ପୂଜା। କେତେବେଳେ କମଲ ହାସନଙ୍କ ଘରୋଇ ପାର୍ଟିରେ ପୂଜାଙ୍କୁ ଦେଖିବାକୁ ମିଳୁଛି, ଆଉ କେତେବେଳେ କମଲ୍‌ ହାସନ୍‌ଙ୍କ ଘରେ ପୂଜା ରହୁଛନ୍ତି। ପୂଜାଙ୍କ ଇଷ୍ଟାଗ୍ରାମ୍‌ରେ କମଲ୍‌ହାସନ୍‌ଙ୍କ ସହିତ ଫିଲ୍ମ ଶୁଟିଂ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବହୁ ଫଟୋ ଅପ୍‌ଲୋଡ୍‌ ହୋଇଥିବା ଦେଖିବାକୁ ମିଳୁଛି। ଫଳରେ ସୁପରଷ୍ଟାର କମଲ୍‌ ହାସନ୍‌ଙ୍କ ସହତ ପୂଜାଙ୍କ ଡେଟିଂ ଚାଲିଛି ବୋଲି ଅନେକ କହୁଛନ୍ତି।

ପୂଜା କୁମାରଙ୍କୁ ଏବେ ୪୩ବର୍ଷ। ୨୦୦୦ ମସିହାରେ ତାମିଲ୍‌ ଫିଲ୍ମ ‘କଢ଼ାଇ ରେଜାଭାଏ’ରେ ପ୍ରଥମେ ଅଭିନୟ କରିଥିଲେ। ତାଙ୍କର ଦମ୍‌ଦାର୍‌ ଅଭିନୟ ଓ ଚୁଲ୍‌ବୁଲି ଚେହେରା ସୁପରଷ୍ଟାର କମଲ୍‌ ହାସନ୍‌ଙ୍କୁ ଆକର୍ଷିତ କରିଥିଲା। ଏହାପରେ ଅନେକ ତାମିଲ ଫିଲ୍ମ ସହିତ ଇଂଲିଶ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ। ଏପରିକି ହଲିଉଡ୍‌ ଫିଲ୍ମ ‘ମ୍ୟାନ୍‌ ଅନ୍‌ ଏ ଲେଜ୍‌’, ‘ବଲିଉଡ୍‌ ହିରୋ’, ‘​‌େ​‌ଫ୍ଲଭର୍ସ’, ‘ପାର୍କ ସାର୍କସ୍‌’, ‘ବଲିଉଡ୍‌ ବିଟସ୍‌’, ‘ନାଇଟ୍‌ ଅଫ୍‌ ହେନା’ ଆଦିରେ ନିଜ ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories