www.samajalive.in
Monday, December 15, 2025
16.1 C
Bhubaneswar

ହୋମ୍ ଡ଼େଲିଭରୀ ବେଳେ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଯୁବକ ଗିରଫ,

ଭୁବନେଶ୍ବର: ଆଜିକାଲି ଚାଲିଛି ଅନଲାଇନ କାରବାର । ଲୁଗାପଟାଠାରୁ ଆରମ୍ଭ କରି ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ, ଏପରିକି ଏବେ ମଦ ବି ହୋମ୍ ଡ଼େଲିଭରୀ ହେଲାଣି । ତେଣୁ ଚୋରା ନିଶାବେପାରୀମାନେ ବ୍ରାଉନସୁଗାର ହୋମ୍ ଡ଼େଲିଭରି କରିବା ଆରମ୍ଭ କରିଛନ୍ତି । ମାତ୍ର ବ୍ରାଉନସୁଗାର ହୋମ୍ ଡ଼େଲିଭରି କରିବାକୁ ଆସି ପୁଲିସ ଫାଶରେ ପଡ଼ିଛି ଜଣେ ଅପରାଧୀ ।  ପୁଲିସ ପ୍ରାୟ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର, ଏକ ବନ୍ଧୁକ ଜବତ କରିବା ସହ ତାକୁ ଗିରଫ କରିଛି ।

କଟକ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଜଗଦୀଶ ସାମଲଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆସାହିର ଏସକେ ଫରିଦ୍‌(୨୬) ଜ​‌ଣେ ଅଭ୍ୟାସଗତ ଅପରାଧୀ । ନିଶା କାରବାର ତାର ପେଶା । ଖୋର୍ଧା ଅଞ୍ଚଳର ବିଭିନ୍ନ ଥାନାରେ ତା ନାଁରେ ମାମଲା ରହିଛି ।  ଯୁବବର୍ଗଙ୍କୁ ନିଶା ଫାଶରେ ପକାଇ ସେମାନଙ୍କୁ ଶୋଷଣ କରିବା ତାର ନିୟମିତ ଅଭ୍ୟାସ । ଯେଉଁଠି  ଲୋକ ପ୍ରତିବାଦ କରୁଥିଲେ ସେଠାରେ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ଚମକ ଦେଉଥିଲା ।  ସେ ନିଶା କାରବାରରେ ଜଡ଼ିତ ଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା । ତେଣୁ ତାକୁ ଧରିବା ପାଇଁ ଯୋଜନା ହୋଇଥିଲା ।

- Advertisement -

ବିଭାଗର ଜଣେ କର୍ମଚାରୀ ଗ୍ରାହକ ସାଜି ତା ସହ ଫୋନରେ ଯୋଗାଯୋଗ କରିଥିଲେ। ଫରିଦ୍ ପ୍ରଥମେ ତା ନିକଟରୁ ଆସି ବ୍ରାଉନସୁଗାର ନେବା ପାଇଁ କହିଥିଲା । ମାତ୍ର ବିଭାଗୀୟ କର୍ମଚାରୀ ଅସୁବିଧା ଯୋଗୁଁ ଯାଇ ପାରିବେ ନାହିଁ ବୋଲି କହିଥିଲେ, ତେଣୁ ଫରିଦ୍ ତାଙ୍କୁ ହୋମଡ଼େଲିଭରି କରିବ ବୋଲି ପ୍ରସ୍ତାବ ଦେଇଥିଲା ।  ସୂଚନା ଅନୁସାରେ ଫରିଦ ବ୍ରାଉନସୁଗାର ହୋମ ଡ଼େଲିଭରି ଦେବାକୁ ଆସୁଥିବାବେଳେଖୋର୍ଦ୍ଧା-ଜଟଣୀ ବାଇପାସ୍‌ ଛକରେ ଅବକାରୀ କର୍ମଚାରୀ ତାକୁ କାବୁ କରିଥିଲେ । ତା ନିକଟରୁ ଗୋଟିଏ ବନ୍ଧୁକ, ନଗଦ ୧୨ ହଜାର ଟଙ୍କା ଏବଂ ୧୦୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଜବତ ବ୍ରାଉନସୁଗରର ମୂଲ୍ୟ ୧୧ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories