www.samajalive.in
Sunday, December 14, 2025
19.1 C
Bhubaneswar

ଜିଲାପାଳ ହେବ ତ’ଏମିତି;୮୨ବର୍ଷିୟା ବୃଦ୍ଧାଙ୍କ ଘରେ ଭୋଜନ, ଦେଲେ ବାର୍ଦ୍ଧକ୍ୟଭତ୍ତା

ଚେନ୍ନଇ: ତାମିଲନାଡ଼ୁର କରୁର ଅଞ୍ଚଳରେ ରହୁଥିବା ୮୨ବର୍ଷିୟା ଜନୈକା ମହିଳା ରୋଗ ଜ୍ୱାଳାରେ ନିଜ ଘରେ ବେଶ୍‍ କିଛି ଦିନ ଶୋଇ ରହିଥିଲେ। ପାଖରେ ସ୍ୱାମୀ ଅଛି ନା’ ସନ୍ତାନ। ପାଖରେ ପର୍ଯ୍ୟାପ୍ତ ପଇସା ମଧ୍ୟ ନାହିିଁ। ତେଣୁ ଚାରି କାନ୍ଥ ମଧ୍ୟରେ ଚୁପ୍‍ଚାପ ଶୋଇ ରହିଥିଲେ ବୃଦ୍ଧା ଜଣକ। ହଠାତ୍‍ ମୁଖ୍ୟ ଦ୍ୱାରରେ ପହଞ୍ôଚ ଥିଲେ ଜଣେ ଅତିଥି। ଅତିଥି ଥିଲେ ଜିଲାର ଜିଲାପାଳ ଟି ଅମ୍ବାଜଗେନ୍‍।
କରୁର ଜିଲା ଚିନ୍ନମାଲନିକିକେନ ପଟ୍ଟି ସ୍ଥିତ ଏହି ଝାଟିମାଟି ଘରେ ହଠାତ ଆସି ପହଞ୍ôଚ ଥିଲେ ଜିଲାପାଳ ଅମ୍ବାଜଗେନ୍‍। ସାଙ୍ଗରେ ଆଣିଥିଲେ ପତ୍ନୀଙ୍କ ହାତ ରନ୍ଧା ଖାଦ୍ୟ। ଯେଉଁ ମହିଳାଙ୍କ ଅସହାୟତା ପ୍ରତି ସାହି ପଡ଼ିଶା ମୁହଁ ମୋଡ଼ି ଦେଇଥିଲେ ସେହି ବ୍ୟକ୍ତିଙ୍କ ଘରେ ସହଯୋଗ ନେଇ ପହଞ୍ôଚ ଥିଲା ଜିଲାର ସବୁଠାରୁ ବଡ଼ ଅଧିକାରୀ। କହିଲେ “ମା’ ଘରୁ ଖାଇବା ଆଣିଛି, ଆସନ୍ତୁ ଖାଇବା’। ବୃଦ୍ଧାଙ୍କ ଘରେ ଖାଇବା ବାସନର ମଧ୍ୟ ଅଭାବ କହିଲେ ପୁଅ, ମୁଁ ତ କଦଳୀ ପତ୍ରରେ ଖାଦ୍ୟ ଖାଏ। ଏଭଳି ଉତ୍ତର ଶୁଣି ଜିଲାପାଳ ମଧ୍ୟ କଦଳୀ ପତ୍ରରେ ଖାଦ୍ୟ ଆଗ୍ରହ ଦେଖାଇଲେ। କେବଳ ଏତିକିରେ ଘଟଣାର ପରିସମାପ୍ତି ହୋଇ ନଥିଲା। ଯିବା ସମୟରେ ବୃଦ୍ଧାଙ୍କ ହାତରେ ଜିଲାପାଳ ଦେଇଥିଲେ ବାର୍ଦ୍ଧକ୍ୟ ଭର୍ତ୍ତାର କାଗଜ ପତ୍ର। କହିଲେ ମା’ ତୁମକୁ ଭତ୍ତା ଆଣିବାକୁ ଯିବାର ଆବଶ୍ୟକତା ନାହିଁ। ପ୍ରତି ମାସ ତୁମ ଘରେ ପହଞ୍ôଚବ ବାର୍ଦ୍ଧକ୍ୟ ଭତ୍ତା।
ଏକ ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲାପାଳ ଅମ୍ବାଜଗେନ ଏହି ମହିଳା ସମ୍ପର୍କରେ ଖବର ପାଇଥିଲେ। ମହିଳାଙ୍କ ଅଭାବ ସମ୍ପର୍କରେ ସ୍ଥାନୀୟ ଲୋକେ ଜିଲାପାଳଙ୍କୁ ଗୁହାରି କରିଥିଲେ। ଅଞ୍ଚଳବାସୀଙ୍କ ଆବେଦନ ପରେ ତୁରନ୍ତ ଜିଲାପାଳ ଏହି ମହିଳାଙ୍କ ଭତ୍ତା ପ୍ରସ୍ତୁତ କରିବା ସହ ସ୍ଥାନୀୟ ପ୍ରଶାସନକୁ ପ୍ରତି ମାସ ମହିଳାଙ୍କୁ ୧୦୦୦ଟଙ୍କା ଭତ୍ତା ଆକାରରେ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories