www.samajalive.in
Monday, December 15, 2025
15.1 C
Bhubaneswar

ହାଭାର୍ଡ ପ୍ରଫେସରଙ୍କୁ ରାହୁଲଙ୍କ ପ୍ରଶ୍ନ, ଭାଇ-କରୋନା ଟିକା ଆସିବ କେବେ ?

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ କରୋନା ଅବଧି ବିଷୟରେ ଆଲୋଚନା କରିଛନ୍ତି । କରୋନା ଟିକା କେବେ ଆସିବ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ? କଂଗ୍ରେସ ନେତା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ୍ କରିଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଆଲୋଚନା ଚାଲିଛି । ବିଶେଷଜ୍ଞମାନେ କରୋନା ଭାଇରସ୍ ଏବଂ ଲକଡାଉନ୍ ଉପରେ ସେମାନଙ୍କର ମତ ରଖିଛନ୍ତି । ସେମାନେ କହିଛନ୍ତି ’ଭାଇରସ୍ ଲକଡାଉନ୍ ସହିତ ବନ୍ଦ ହୁଏ ନାହିଁ, କେବଳ ପ୍ରସ୍ତୁତି ପାଇଁ ସୁଯୋଗ ଦେଇଥାଏ।’ତେବେ ’କରୋନା ଏକ କିମ୍ବା ଦୁଇ ମାସ ମଧ୍ୟରେ ଛାଡିବ ନାହିଁ, ୨୦୨୧ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିବ ।

- Advertisement -

ଦେଶରେ ଲକଡାଉନ୍ ଲାଗୁ ହେବାର ବହୁ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ବିଷୟରେ ସରକାରଙ୍କୁ ଚେତାବନୀ ଦେଇଥିଲେ । ଲକଡାଉନ୍ ସମୟରେ ପାଦରେ ଚାଲି ଚାଲି ନିଜ ଘରକୁ ଫେରୁଥିବା ଶ୍ରମିକଙ୍କ ବିଷୟରେ ଜାଣିବା ପାଇଁ ରାହୁଲ ସେମାନଙ୍କ ପାଖକୁ ଯାଇଥିବା ନଜର ଆସିଥିଲେ । ସୋସିଆଲ ମିଡିଆ ମାଧ୍ୟମରେ  ସେ ମଧ୍ୟ ସରକାରଙ୍କୁ ନିରନ୍ତର ପ୍ରଶ୍ନ ପଚାରୁଛନ୍ତି ଏବଂ ବିଶେଷଜ୍ଞଙ୍କ ସହ ମଧ୍ୟ କଥାବାର୍ତ୍ତା କରୁଛନ୍ତି । ଏହି ପର୍ଯ୍ୟାୟରେ ଆଜି ସେ ବିଶ୍ବର ଦୁଇଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ କଥା ହୋଇଥିଲେ ।

ରାହୁଲ ଗାନ୍ଧୀ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ସଂମ୍ପୂର୍ଣ୍ଣ ବାର୍ତ୍ତାଳାପ ଅପଲୋଡ୍ କରିଛନ୍ତି। ପ୍ରାୟ ଅଧ ଘଣ୍ଟାର ଏହି ଭିଡିଓରେ ରାହୁଲ ପ୍ରଥମ ୨୦ମିନିଟରୁ ଅଧିକ ସମୟ ପାଇଁ ହାଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଶିଷ ଝାଙ୍କ ସହ କଥାବାର୍ତ୍ତା କରିଥିଲେ। ଏହା ପରେ ସେ ସ୍ୱିଡେନର ପ୍ରଫେସର ଜୋହାନଙ୍କ ସହ କଥା ହୋଇଥିଲେ। ଏହି ଆଲୋଚନା ସମୟରେ ରାହୁଲ ଗାନ୍ଧୀ ହାଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଝାଙ୍କୁ ଏକ ମଜାଳିଆ ଢଙ୍ଗ ପ୍ରଶ୍ନ ପଚାରିଥିଲେ – ଭାଇ, ଟିକା କେବେ ଆସିବ?
ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶିଷ ଝା ରାହୁଲ ଗାନ୍ଧୀଙ୍କୁ କହିଥିଲେ ବର୍ତ୍ତମାନ ଲକଡାଉନ୍ ପରେ ଅର୍ଥନୀତି ଗତିଶୀଳ ହୋଇଛି, ଆପଣଙ୍କୁ ବିଶ୍ୱାସ ରଖିବାକୁ ପଡିବ। କୋଭିଡ -୧୯, ’୧୨ ରୁ ୧୮ ମାସ ପାଇଁ ଏକ ସମସ୍ୟା, ୨୦୨୧ ପୂର୍ବରୁ ଏଥିରୁ ମୁକ୍ତି ମିଳିବ ନାହିଁ । ତେବେ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳରେ ଖୁବ୍ ଶୀଘ୍ର ଅନୁସନ୍ଧାନ କରିବାକୁ ରଣନୀତିର ଆବଶ୍ୟକତା ଅଛି । ଆମେ ଏକ ପ୍ରମୁଖ ବିଶ୍ବ ମହାମାରୀର ଏକ ସମୟ ମଧ୍ୟରେ ପ୍ରବେଶ କରୁଛୁ, ଯାହା ଦେଖୁଛୁ ତାହାର ଅନ୍ତ ନାହିଁ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories